ଏହି ରେସ୍ତୋରାଁରେ ପ୍ରେମିକାଙ୍କ ପାଇଁ ରହିଛି ଭିନ୍ନ ବିକଳ୍ପ, ବାଛିବା ପରେ ମିଳିବ ସ୍ୱତନ୍ତ୍ର ରିହାତି ଏବଂ ମାଗଣା ଖାଦ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରେମିକାଙ୍କ ଅଧିକ ଖାଦ୍ୟ ଖାଇବାକୁ ନେଇ ସେମାନଙ୍କ ପ୍ରେମିକମାନେ ଚିନ୍ତିତ ରହିଥାନ୍ତି । କିଛି ଯୁବକ ନିଜର ବଜେଟକୁ ନେଇ ଚିନ୍ତା କରୁଥିବା ବେଳେ ସେମାନଙ୍କ ପ୍ରେମିକାଙ୍କ ଖାଇବା ବେଳେ ବେଳେ ବଜେଟ ବାହାରକୁ ଚାଲି ଯାଇଥାଏ । ଏବେ ଏ ସବୁ ସମସ୍ୟାକୁ ଆଖି ଆଗରେ ରଖି ଫିଲାଡେଲଫିଆର ଏକ ରେସ୍ତୋରାଁ ଭିନ୍ନ ବିକଳ୍ପ ବାହାର କରିଛି । ରେସ୍ତୋରାଁଟି ମାଇଁ ଗର୍ଲଫ୍ରେଣ୍ଡ ଇଜ୍‌ ନଟ୍‌ ହଙ୍ଗରୀ ନାମରେ ଏକ ମେନ୍ୟୁ ତିଆରି କରିଥିବା ସହ ଏଥିରେ ଥିବା ଖାଦ୍ୟର ଦାମ୍‌ଗୁଡ଼ିକ କମ ରଖା ଯାଇଛି । କିଛି ଜିନିଷ ମାଗଣାରେ ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି ।

News.com.au

ନାଁଟି ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ମଧ୍ୟ ମେନ୍ୟୁରେ ଥିବା ଖାଦ୍ୟର ସ୍ୱାଦ ଚାଖିବା ପାଇଁ ଏହି ରେସ୍ତୋରାଁରେ ଲୋକଙ୍କ ଭିଡ଼ ଲାଗି ରହିଥାଏ । ପ୍ରେମିକ-ପ୍ରେମିକାମାନେ ଏଠାରେ ଆସି ଖାଇବା ମଜା ନେବା ସହ କମ ଦାମରେ ଏଠରେ ସେମାନେ ଅଧିକ ଖାଦ୍ୟ ଖାଇ ପାରିଥାନ୍ତି । ରେସ୍ତୋରାଁରେ ଏ ଭଳି ସୁବିଧା କରାଯିବା ପରେ ବଜେଟକୁ ନେଇ ଯୁବକମାନଙ୍କୁ ଏବେ କୌଣସି ଅସୁବିଧା ହେଉ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର