ସମୁଦ୍ର କୂଳରେ ଭାସି ଭାସି ପହଞ୍ଚିଲା ଏକ ରହସ୍ୟମୟ ଜୀବ, ପର୍ଯ୍ୟଟକ ଦେଖି ହେଲେ ଭୟଭୀତ

ନୂଆଦିଲ୍ଲୀ: ଭିଏତନାମରେ ଏକ ଅଦ୍ଭୁତ ଜୀବ ଭାସି ଭାସି ସମୁଦ୍ର କୂଳରେ ଲାଗିଥିଲା। ଏହି ଜୀବ ମେଞ୍ଚାଏ ଗଛର କାଠିକୁଟା ଭଳି ଦେଖାଯାଉଥିଲା। ଏହି ଜୀବକୁ ସମୁଦ୍ର କୂଳରେ ଦେଖି ପର୍ଯ୍ୟଟକମାନେ ଭୟଭୀତ ହୋଇ ଯାଇଥିଲେ। ଏହା ଗଛ ନା ଜୀବ ତାହା ଜାଣିବା ପାଇଁ ସନ୍ଦେହରେ ପଡ଼ି ଯାଇଥିଲେ। ଏହି ଦୁଲର୍ଭ ଜୀବକୁ ଦକ୍ଷିଣ ଭିଏତନାମର କିଏନ୍‌ ଜିୟାଙ୍ଗ ପ୍ରାନ୍ତରେ ଦୁ ମ୍ୟାନ୍‌ ଦୁ ନାମକ ଜଣେ ଗାଇଡ୍‌ ଦେଖିଥିଲେ। ଏହି ଜୀବର ଏକାଧିକ ମୁହଁ ରହିଛି । ତାକୁ ସମୁଦ୍ର କୂଳରୁ ଧରି ଏକ ଟେବୁଲରେ ରଖାଯାଇଥିଲା। ଏହାପରେ ସେ ତାର ଭୟଙ୍କର ରୂପ ଦେଖାଇଥିଲା। ସମୁଦ୍ର କୂଳରେ ବୁଲୁଥିବା ଜଣେ ବ୍ୟକ୍ତି ଏହାକୁ ମୋନ୍‌ଷ୍ଟର ବୋଲି କହିଥିଲେ।

ଏହି ଜୀବର ଶରୀର ମଧ୍ୟ ଭାଗରେ ଏକ ଷ୍ଟାର ଚିହ୍ନ ରହିଛି। ଏହା ଭିତରୁ ତାହାର ଶାଖା ବାହାରିବା ପାଇଁ ହଲଚଲ ହେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ଦୁ ମ୍ୟାନ୍‌ ଦୁ ଏହି ଜୀବକୁ ସମୁଦ୍ର ଭିତରେ ଛାଡ଼ି ଦେଇଥିଲେ। ସମୁଦ୍ରରେ ଛାଡ଼ିବା ପୂର୍ବରୁ ସେ ଏହି ଜୀବର ଏକ ଭିଡିଓ ବନାଇଥିଲେ। ଯାହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓକୁ ଦେଖି ଲୋକମାନେ ଏହି ଜୀବକୁ ବାସକେଟ ଷ୍ଟାରଫିସ୍‌ କହୁଛନ୍ତି, ଯାହା ଅଧିକାଂଶ ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳିଥାଏ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର