ରହସ୍ୟମୟ ପାଣିକୁଣ୍ଡ, ତାଳି ମାରିଲେ ଉପରକୁ ଉଠେ ପାଣି 

ନୂଆଦିଲ୍ଲୀ: ଦୁନିଆରେ ଏଭଳି କିଛି ପାଣିକୁଣ୍ଡ ରହିଛି ଯାହାକି ଏବେ ବି ରହସ୍ୟ ଘେରରେ ଅଛି | ଭାରତରେ ବି ଏଭଳି ଏକ ଜଳକୁଣ୍ଡ ରହିଛି ଯାହାକୁ ନେଇ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଜାଣନ୍ତୁ ଏହି ରହସ୍ୟମୟ କୁଣ୍ଡ ବାବଦରେ | ଝାଡ଼ଖଣ୍ଡର ବୋକାରୋରେ ଏଭଳି ଏକ କୁଣ୍ଡ ରହିଛି ଯାହା ସାମ୍ନାରେ ଆପଣ ତାଳି ମାରିଲେ ଏହାର ପାଣି ଉପରକୁ ଉଠିଥାଏ |

ତେବେ କାହିଁକି ଏଭଳି ହୋଇଥାଏ ଏହାର ରହସ୍ୟ ଭୁବିଜ୍ଞାନୀମାନେ ବି ଏ ଯାଏଁ ଜାଣିପାରୁନାହାନ୍ତି | ଏହି କୁଣ୍ଡକୁ ଡାଲାହୀ କୁଣ୍ଡ କୁହାଯାଉଥିବାବେଳେ କୁଣ୍ଡ ଚାରିପଟେ କଂକ୍ରିଟର ଆସ୍ତରଣ ରହିଛି | ଗରମ ଦିନେ ଥଣ୍ଡା ଓ ଶୀତଦିନେ ଗରମ ପାଣି ଏହି କୁଣ୍ଡରୁ ବାହାରିଥାଏ | ଲୋକଙ୍କର ବିଶ୍ୱାସ ରହିଛି ଯେ ଏହି କୁଣ୍ଡର ପାଣିରେ ଗାଧୋଇବା ଦ୍ୱାରା ଚର୍ମ ରୋଗ ଭଲ ହୋଇଯାଇଥାଏ |

Photo-Punjabikeshari

ଭୁ ବିଜ୍ଞାନୀଙ୍କ କହିବା କଥା ଲୋକଙ୍କର ଏହି କଥାକୁ ଯଦି ବିଶ୍ୱାସ କରାଯାଏ ତେବେ ଏହି ପାଣିରେ ଗନ୍ଧକ ଓ ହିଲିୟମ ରହିଛି | କିନ୍ତୁ ତାଳି ମାରିଲେ କାହିଁକି ପାଣି ଉପରକୁ ଉଠିଥାଏ ସେ ବାବଦରେ କେହି କିଛି କହିପାରିନାହାନ୍ତି |

ସମ୍ବନ୍ଧିତ ଖବର