୫୫୦ ବର୍ଷ ଧରି ତପସ୍ୟାରତ ବୌଦ୍ଧ ଭିକ୍ଷୁ, ପ୍ରତିଦିନ ବଢ଼ୁଛି ନଖ ଓ କେଶ!

ଆଗକାଳରେ ମୁନି ଋଷିମାନେ ଭଗବାନଙ୍କୁ ପାଇବା ପାଇଁ ହଜାର ହଜାର ବର୍ଷ ଧରି ତପସ୍ୟା କରିବାର କଥା ଆମେ ଶୁଣି ଆସିଛୁ। ରାମାୟଣ ଓ ମହାଭାରତରେ ଏଭଳି ଅନେକ କାହାଣୀ ଶୁଣିବାକୁ ମିଳେ। କିନ୍ତୁ କଳିଯୁଗରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ତିବ୍ଦତ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗୀୟୁ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଏକ ବୌଦ୍ଧ ଭିକ୍ଷୁକ ପାଖାପାଖି ୫୫୦ ବର୍ଷ ତପସ୍ୟାରେ ଲୀନ ହୋଇ ବସି ରହିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ମଧ୍ୟ ଏହି ବୌଦ୍ଧ ଭିକ୍ଷୁକଙ୍କ କେଶ ଓ ନଖ ବଢ଼ିବାରେ ଲାଗିଛି। ଏହି କାରଣରୁ ଲୋକେ ତାଙ୍କୁ ମମି ବୋଲି ବିଶ୍ୱାସ କରୁନାହାନ୍ତି । ଏହି ବୌଦ୍ଧ ଭିକ୍ଷୁକଙ୍କ ୫୫୦ ବର୍ଷ ତଳର ଦୁଇଟି କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଗାଁ ଲୋକଙ୍କ କହିବା ଅନୁଯାୟୀ, ବୌଦ୍ଧ ଭିକ୍ଷୁକଙ୍କ ମମି ଗାଁର ଏକ ସ୍ତୁପ ନିକଟରେ ରହିଥିଲା । ଯେଉଁଠି ଏହା ଉପରେ ଧୂଳି, ମଳି ଲାଗି ରହିଥିଲା। ତେବେ ଏହାକୁ ପରିଷ୍କାର କରି ଯାଞ୍ଚ କରାଯିବା ପରେ ଏହା ୫୫୦ ବର୍ଷ ତଳର ମମି ବୋଲି ଜଣାପଡ଼ିଥିଲା। ସବୁଠୁ ବଡ଼ କଥା ହେଲା ବୌଦ୍ଧ ଭିକ୍ଷୁକ ଜଣକ ଧ୍ୟାନ ମୁଦ୍ରାରେ ବସିଥିବାର ଦେଖାଯାଇଥିଲା। ବୌଦ୍ଧ ଭିକ୍ଷୁକଙ୍କ ମୃତଦେହରେ କୌଣସି ଲେପ ଦିଆଯାଇନଥିଲେ ମଧ୍ୟ ଏହା ଦୀର୍ଘ ଦିନ ମାଟିତଳେ ରହିବା ସତ୍ତ୍ୱେ ମଧ୍ୟ ଖରାପ ହୋଇନଥିଲା।

ସେହିଭଳି ଗାଁର କିଛି ବୟସ୍କ ଲୋକଙ୍କ କହିବା ଅନୁଯାୟୀ, ୧୫ ଦଶକରେ ଗାଁକୁ ବିପତ୍ତିରୁ ରକ୍ଷା କରିବା ପାଇଁ ବୌଦ୍ଧ ଭିକ୍ଷୁ ଜଣକ ତପସ୍ୟାରେ ବସିଥିଲେ। କାରଣ ଗାଁରେ ବିଛାମାନଙ୍କର ପ୍ରାର୍ଦୁଭାବ ବଢ଼ି ଯାଇଥିଲା। ଗାଁ ଲୋକଙ୍କୁ ବିଛା ଆକ୍ରମଣ ରକ୍ଷା କରିବା ପାଇଁ ବୌଦ୍ଧ ଭିକ୍ଷୁକ ଜଣକ ତପସ୍ୟାରେ ବସିଥିଲେ। କିନ୍ତୁ ତାଙ୍କ ସମାଧି ନେବା କ୍ଷଣି ହିଁ ଚମତ୍କାର ଦେଖିବାକୁ ମିଳିଥିଲା। ବିନା ବର୍ଷାରେ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଥିଲା ଓ ଗାଁଟି ସମ୍ପୂର୍ଣ୍ଣ ଭାବେ ବିଛା ମୁକ୍ତ ହୋଇଥିଲା।

ଆଉ କିଛି ଲୋକଙ୍କ କହିବା ଅନୁଯାୟୀ, ଏହି ବୌଦ୍ଧ ଭିକ୍ଷୁକ ଜଣକ ହେଉଛନ୍ତି ସାଙ୍ଗଲା ତେନାଜିଙ୍ଗ। ତିବ୍ଦତରୁ ଭାରତକୁ ଆସିବା ପରେ ଏହି ଗ୍ରାମରେ ତପସ୍ୟାରେ ବସିଥିଲେ। କିନ୍ତୁ ସେବେଠାରୁ ତପସ୍ୟାରୁ ଆଉ ଉଠିନଥିଲେ ବୌଦ୍ଧ ଭିକ୍ଷୁ ଜଣକ। କିନ୍ତୁ ଏବେ ମଧ୍ୟ ତାଙ୍କର ନଖ ଓ କେଶ ବିବାରେ ଲାଗିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ଗୋଟିଏ ଥର ଏହି ବୌଦ୍ଧ ଭିକ୍ଷୁକ ମମିଙ୍କ ମୁଣ୍ଡରେ କୋଦାଳ ବାଜିବା ଦ୍ୱାରା ରକ୍ତ ବାହାରିଥିଲା । କୋଦାଳର ଆଘାତର ଚିହ୍ନ ଏବେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ ଏବେ ଗାଁ ଲୋକମାନେ ଏହି ବୌଦ୍ଧ ଭିକ୍ଷୂୁକଙ୍କର ମମିକୁ ଏକ କାଚ କ୍ୟାବିନ ମଧ୍ୟରେ ରଖିବା ସହ ପୂଜାର୍ଚ୍ଚନା କରୁଛନ୍ତି।

ସମ୍ବନ୍ଧିତ ଖବର