ଏଡ୍‌ସକୁ ନେଇ ଆପଣ ଏହି ସବୁ ଭୁଲ୍‌ଧାରଣା ରଖିଛନ୍ତି କି?

ଏଚ୍‌ଆଇଭି ଭୂତାଣୁ ସଂକ୍ରମଣରୁ ହେଉଥିବା ଏଡ଼୍‍ସ ମୁଖ୍ୟତଃ ଏକ ଯୌନ ସଂକ୍ରମିତ ଓ ରକ୍ତ ସଂକ୍ରମିତ ରୋଗ । ଏହା ଦୂରାରୋଗ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଓଷଧ ବାହାର କରାଯାଇପାରି ନାହିଁ । ଏହି ଭାଇରାସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବା ସହ ମଣିଷ ଶରୀରକୁ ଦୁର୍ବଳ କରି ଦେଇଥାଏ । ପ୍ରତିବର୍ଷ ଏହି ରୋଗରେ ପଡ଼ି ଅନେକ ଲୋକ ପ୍ରାଣ ହରାଉଥିଲେ ମଧ୍ୟ ଏହି ରୋଗକୁ ନେଇ ଏବେ ମଧ୍ୟ ଲୋକମାନଙ୍କ ଭିତରେ ସ୍ପଷ୍ଟ ଧାରଣା ନାହିଁ । ଏବେ ମଧ୍ୟ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଏଚ୍‌ଆଇଭି ଭାଇରାସ ବିଷୟରେ ଜାଣି ନ ଥିବା ସହ ତାକୁ ନେଇ ଅନେକ ଭୁଲଧାରଣା ନିଜ ମନରେ ରଖିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ….

୧.ଆଜି ମଧ୍ୟ କିଛି ଲୋକ ମଶା କାମୁଡ଼ିଲେ ଏଚ୍‌ଆଇଭି ଭାଇରସ ବ୍ୟାପେ ବୋଲି ଭୁଲ ଧାରଣା ରଖିଛନ୍ତି । କିଛି ଲୋକ ଏଚ୍‌ଆଇଭି ସଂକ୍ରମିତ ରୋଗୀକୁ କାମୁଡ଼ିଥିବା ମଶା ଅନ୍ୟକୁ କାମୁଡ଼ିଲେ ତାକୁ ଏଚ୍‌ଆଇଭି ହୁଏ ବୋଲି ଭାବିଥାନ୍ତି । ଏହା ସଂପୂର୍ଣ୍ଣ ଭୁଲ ।
୨. ପାଣି ଦ୍ୱାରା ଏଚ୍‌ଆଇଭି ରୋଗ ବ୍ୟାପିଥାଏ ବୋଲି ଲୋକମାନଙ୍କ ମନରେ ଭୁଲଧାରଣା ରହି ଆସିଛି । ଏଚ୍‌ଆଇଭି ସଂକ୍ରମିତ ରୋଗୀର କପଡ଼ା ସଫା କରିବା ଦ୍ୱାରା, ସେମାନେ ପିଇଥିବା ପାଣି ପିଇବା ଦ୍ୱାରା ଏହି ଭାଇରସ ବ୍ୟାପିଥାଏ ବୋଲି ଭାବି କିଛି ଲୋକ ଏଡ଼୍‍ସ ରୋଗୀଙ୍କ ସହ ଖରାପ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ଧାରଣା ସଂପୁର୍ଣ୍ଣ ଭୁଲ ।

Zululand Observer

୩.ଏବେ ମଧ୍ୟ କିଛି ଲୋକ ଏଡ଼୍‍ସ ଚିକିତ୍ସା ସମ୍ଭବ ବୋଲି ମନରେ ଭୁଲ ଧାରଣା ରଖିଛନ୍ତି । କାରଣ ଏ ପର୍ଯ୍ୟନ୍ତ ଏହାର ଚିକିତ୍ସା ସମ୍ଭବ ହୋଇ ପାରି ନାହିଁ ।
୪.କିଛି ଲୋକ ଏବେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କୁ ଛୁଇଁବା, ତାଙ୍କ ସାଙ୍ଗରେ ଖାଇବା ବା ସେ ବ୍ୟବହାର କରୁଥିବା ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଏହି ରୋଗ ବ୍ୟପିଥାଏ ବୋଲି ଭାବିଥାନ୍ତି । ଏହା ସଂପୁର୍ଣ୍ଣ ଭୁଲ । ଏହି ରୋଗ ମା’ କ୍ଷୀର ପିଇବା ଦ୍ୱାରା,ସଂକ୍ରମିତ ରକ୍ତ ବ୍ୟବହାର ଦ୍ୱାରା ବା ଯୌନ ସମ୍ବନ୍ଧ ରଖିବା ଦ୍ୱାରା ବ୍ୟାପିଥାଏ ।

The Hippocratic Post
ସମ୍ବନ୍ଧିତ ଖବର