ଏହି ମହିଳା ଏକାଥରକେ ଜନ୍ମ କରିଥିଲେ ୮ଟି ଶିଶୁ , ଜାଣନ୍ତୁ ଏବେ କିଭଳି ଅବସ୍ଥାରେ ଅଛନ୍ତି ସେମାନେ?

ସାଧାରଣତଃ ମହିଳାମାନେ ଗୋଟିଏ ଶିଶୁକୁ ଜନ୍ମ ଦେଇଥାନ୍ତି। ଆଉ କେତେକଙ୍କ କ୍ଷେତ୍ରରେ ଯମଜ ବି ଜନ୍ମ ନେଇଥାନ୍ତି। କିନ୍ତୁ ଏକାସାଙ୍ଗେ ଆଠଟି ଶିଶୁକୁ ଜନ୍ମ ଦେବାର କଥା ଏକଦମ୍‌ ବିରଳ।
୨୦୦୯ରେ ନାଦିୟା ସୁଲେମାନ୍‌ ନାମକ ଜଣେ ମହିଳା ଥରକରେ ଆଠଟି ଶିଶୁଙ୍କୁ ଜନ୍ମ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଥିରେ ଜଣେ ମହିଳା ଏତେ ସଂଖ୍ୟକ ଶିଶୁଙ୍କୁ ଏକାଥରକେ ଜନ୍ମ ଦେଇଛନ୍ତି।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ନାଦିୟା ପୂର୍ବରୁ ଛଅଟି ଶିଶୁକୁ ଜନ୍ମ ଦେଇଥିଲେ।
ଏବେ ଆପଣମାନେ ଭାବୁଥିବେ କି ଯେତେବେଳେ ନାଦିୟାଙ୍କର ଛଅ ସନ୍ତାନ ଥିଲେ,ପୁଣି ସନ୍ତାନର କି ଆବଶ୍ୟକତା ଥିଲା?ପ୍ରକୃତରେ ନାଦିୟା ଆଉ ଗୋଟିଏ ଶିଶୁ ଚାହୁଁଥିଲେ। କିନ୍ତୁ ସେ ନୂଆ ସନ୍ତାନ ସୃଷ୍ଟି ଲକ୍ଷ୍ୟରେ କୃତ୍ରିମ ଉପାୟରେ ୧୨ଟି ଭୃଣ ପ୍ରତ୍ୟାରୋପିତ କରାଇଥିଲେ। ଏଥିମଧ୍ୟରୁ କେବଳ ଆଠଟି ଭୃଣ ଜୀବିତ ରହିଲେ।

ଏବେ ପିଲାମାନେ ଟିକେ ବଡ ହୋଇଗଲେ। ଏତେ ସଂଖ୍ୟକ ପିଲାଙ୍କର ଲାଳନପାଳନ ତାଙ୍କ ପକ୍ଷେ ଖୁବ୍‌ କଷ୍ଟକର ମନେ ହେଉଛି। ଏଥିପାଇଁ ଥରେ ନାଦିୟା ଆତ୍ମହତ୍ୟା କରିବାର ଯୋଜନା କରୁଥିଲେ। ହେଲେ ପରେ ଶିଶୁମାନଙ୍କ ଭବିଷ୍ୟତ କଥା ଭାବି ସେଥିରୁ ନିବୃତ୍ତ ରହିଥିଲେ।

ସମ୍ବନ୍ଧିତ ଖବର