ସବୁ ସମୟରେ ମୋଦିଙ୍କ ସୁରକ୍ଷା ଅଧିକାରୀଙ୍କ ହାତରେ କଳା ବ୍ରିଫ୍‌କେସ୍‌ କ’ଣ ପାଇଁ ରହିଥାଏ ଜାଣନ୍ତି କି?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ଏସପିଜି ଅର୍ଥାତ୍‌ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର ହୋଇଥାଏ। ସବୁ ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁରକ୍ଷା ଦେଉଥିବା ସିକ୍ୟୁରିଟି ଅଫିସରଙ୍କ ହାତରେ କଳା ବ୍ରିଫ୍‌କେଶ ଥିବା ଆପଣମାନେ ଦେଖିଥିବେ ନିଶ୍ଚୟ । ଯେଉଁ ସିକ୍ୟୁରିଟି ଅଫିସରମାନେ ଏହି ବ୍ରିଫ୍‌କେଶ ଧରିଥାନ୍ତି ସେମାନେ ମୋଦିଙ୍କ ଅତି ପାଖାପାଖି ଚାଲୁଥିବାର ଦେଖା ଯାଇଥାଏ । ତେବେ ସିକ୍ୟୁରିଟି ଅଫିସରମାନେ ଏହି ବ୍ରିଫ୍‌କେଶକୁ କ’ଣ ପାଇଁ ହାତରେ ଧରି ଚାଲିଥାନ୍ତି,ସେ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ନିଶ୍ଚୟ । ତେବେ ଆଜି ଆମେ ଆପଣଙ୍କୁ ସେହି କଳା ବ୍ରିଫ୍‌କେଶ ପଛରେ ଥିବା ରାଜ୍‌ ବିଷୟରେ ଜଣାଇବୁ ।

www.bhaskar.com

ସୂଚନା ମୁତାବକ, ସିକ୍ୟୁରିଟି ଅଫିସରମାନେ ଯେଉଁ କଳା ବ୍ରିଫ୍‌କେଶ ହାତରେ ଧରି ଚାଲିଥାନ୍ତି । ତାହାକୁ ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ଆକ୍ରମଣ ହେବା ସମୟରେ ଖୋଲା ଯାଇଥାଏ । ଏହା ଏକ ପୋର୍ଟେବୁଲ ବୁଲେଟ୍‌ ପ୍ରୁଫ୍‌ ସିଲ୍‌ଡ଼୍‍। ଏହି ବ୍ରିଫ୍‌କେଶରେ ଏକ ଗୁପ୍ତ ଚେନ୍‌ ରହିଥାଏ । ଯେଉଁଥିରେ ଏକ ଭିନ୍ନ ଧରଣର ବନ୍ଧୁକ ରଖା ଯାଇଥାଏ । ଯଦି ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ସମୟରେ ଆକ୍ରମଣ ହେବ । ତେବେ ସୁରକ୍ଷା ଅଧିକାରୀମାନେ ତୁରନ୍ତ ବ୍ରିଫ୍‌କେଶରୁ ବନ୍ଧୁକ ବାହାର କରି ତାଙ୍କୁ ସୁରକ୍ଷା ଦେଇ ପାରିବେ । ଏହି ବ୍ରିଫ୍‌କେଶ ଧରି ଚାଲୁଥିବା ସୁରକ୍ଷା ଅଧିକାରୀମାନେ ସାର୍ପ ସୁଟର ହୋଇଥାନ୍ତି । ସେମାନଙ୍କୁ ଆମେରିକାରେ ଥିବା ସିକ୍ରେଟ ସର୍ଭିସ ଗାଇଡ଼୍‍ଲାଇନ୍‌ ଆଧାରରେ ପ୍ରଶିକ୍ଷଣ ଦିଆ ଯାଇଥାଏ।

ସମ୍ବନ୍ଧିତ ଖବର