ବିଶ୍ୱ ‘ଲୁଚକାଳି ଖେଳ’ ପ୍ରତିଯୋଗିତା

ପ୍ରତି ବର୍ଷ ଖରାଦିନେ ଇଟାଲିରେ ଅନୁଷ୍ଠିତ ହୁଏ, ‘ବିଶ୍ୱ ଲୁଚକାଳି ଖେଳ ପ୍ରତିଯୋଗିତା’। ୨୦୧୦ରୁ ଏହି ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହାର ନାମ  ’ଓ୍ୱାର୍ଲ‌୍‌ଡ ନାସ୍‌କୋଣ୍ତିନୋ ଚା˚ପିଅନ୍‌ସିପ୍‌’। ‘ଲୁଚକାଳି’କୁ ଇଟାଲିଆନ୍‌ ଭାଷାରେ ‘ନାସ୍‌କୋଣ୍ତିନୋ’ କହାଯାଏ। ‘ଲୁଚକାଳି’ ସାଧାରଣତଃ ଏକ ପିଲାଙ୍କ ଖେଳ ହୋଇଥିଲେ ହେଁ ‘ଵାର୍ଲ‌୍‌ଡ ନାସ୍‌କୋଣ୍ତିନୋ ଚା˚ପିଅନ୍‌ସିପ୍‌’ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ। ଅଠର ବର୍ଷରୁ ଅଧିକ ବୟସ୍କମାନେ ଏଥିରେ ଭାଗନେବାର ନିୟମ ରହିଛି। ପ୍ରଥମ ଲୁଚକାଳି ଖେଳ ପ୍ରତିଯୋଗିତା ବେର‌୍‌ଗାମୋ ସହରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ଦଳମାନଙ୍କୁ ନେଇ କରାଯାଏ। ଗୋଟିଏ ଦଳର ସଦସ୍ୟ ସ˚ଖ୍ୟା ପାଞ୍ଚ। ଦଳରେ ଉଭୟ ମହିଳା ଓ ପୁରୁଷ ରହନ୍ତି। ଲୁଚିବା ପାଇଁ ସୁବିଧା ଥିବା ପଡ଼ିଆରେ ଏହି ପ୍ରତିଯୋଗିତା ହୁଏ। ଗତ ବର୍ଷ ପାଞ୍ଚଟି ମହାଦେଶ ଅନ୍ତର୍ଗତ ଏଗାରଟି ଦେଶର ଅଶୀ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଜେତା ଦଳକୁ ‘ଗୋଲ୍‌ଡେନ୍‌ ଫିଗ୍‌ ଲିଫ୍‌’ ପୁରସ୍କାରରେ ମିଳେ। କି˚ବଦନ୍ତି ଅନୁଯାୟୀ ଆଡାମ୍‌ ଓ ଇଭ୍‌ ନିଜର ଗୁପ୍ତାଙ୍ଗ ଢାଙ୍କିବା ପାଇଁ ଫିଗ୍‌ ପତ୍ର ବ୍ୟବହାର କରୁଥିଲେ। ତେଣୁ, ଏହି ପତ୍ରକୁ ପାଶ୍ଚାତ୍ୟ ସ˚ସ୍କୃତିରେ ‘ଲୁକ୍କାୟନ’ ପ୍ରତୀକ ଭାବେ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର