ଶିଳ୍ପପତିଙ୍କୁ ମନକଥା କହିଲେ ନବୀନ

ଭୁବନେଶ୍ବର : ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଏକ ଦୀର୍ଘମିଆଦୀ ରଣନୀତି ପ୍ରସ୍ତୁତ କରନ୍ତୁ। ଆମ ସରକାରଙ୍କ ଏକ ଉତ୍ସର୍ଗୀକୃତ ଟିମ୍ ରହିବ ଯାହା ଶିଳ୍ପ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ କରିବେ। ସେମାନଙ୍କ ଦୀର୍ଘମିଆଦୀ ଯୋଜନାକୁ ଲାଗୁ କରିବାରେ ସାହାଯ୍ୟ କରିବେ। ସରକାରଙ୍କ ତରଫରୁ ସବୁ ପ୍ରକାର ସମ୍ଭବ ସହାୟତା ଯୋଗାଇ ଦିଆଯିବ।

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍-୨୦୧୮ରେ ଆୟୋଜିତ ପ୍ଲେନାରି ଅଧିବେଶନରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଏମିତି ଭରସା େଦଇଛନ୍ତି। କହିଛନ୍ତି ଯେ ଓଡ଼ିଶାକୁ ଦକ୍ଷିଣ ଏସିଆର ମାନୁଫାକ୍‌ଚରିଂ ହବ୍‌ରେ ପରିଣତ କରିବାକୁ ଚାହୁଁଛୁ। କିଭଳି ଏହି ଲକ୍ଷ୍ୟ ହାସଲ ହୋଇପାରିବ ସେ ବିଷୟରେ ଶିଳ୍ପପତି ପ୍ରସ୍ତାବ ଦିଅନ୍ତୁ ଓ ଆଲୋଚନା କରନ୍ତୁ। ଏଥିସହିତ ହକି ପୁରୁଷ ବିଶ୍ବକପ୍ ଆୟୋଜନ କରିବାକୁ ଯାଉଥିବା ଓଡ଼ିଶାରେ ଆତିଥେୟତା, କ୍ରୀଡ଼ା ଓ ମନୋରଞ୍ଜନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ବିପୁଳ ସୁଯୋଗ ରହିଥିବା େନଇ ସୂଚାଇଥିେଲ।
ବିଗତ ବର୍ଷଗୁଡ଼ିକରେ ରାଜ୍ୟ ସରକାର ହାସଲ କରିଥିବା ସଫଳତାଗୁଡ଼ିକ ବିଷୟରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ, ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇଛି। ଏକ ଖାଦ୍ୟ ନିଅଣ୍ଟିଆ ରାଜ୍ୟ ଭାବେ ବିବେଚିତ ହେଉଥିବା ଓଡ଼ିଶା ଆଜି ଦେଶର ଖାଦ୍ୟ ଉତ୍ପାଦନକୁ ଅବଦାନ େକ୍ଷତ୍ରରେ ତୃତୀୟ ବୃହତ୍ତମ ସ୍ଥାନରେ ରହିଛି। ପାଞ୍ଚ ବର୍ଷ ଭିତରେ ଆମେ ୨୦ ଲକ୍ଷ ଘର ନିର୍ମାଣ କରିଛୁ। ସମସ୍ତ ମାଟି ଘରକୁ ପକ୍କା ଘରରେ ପରିଣତ କରାଯାଇଛି। ରାଜ୍ୟର ସମସ୍ତଙ୍କ ପାଖରେ ପାନୀୟ ଜଳ, ବିଦ୍ୟୁତ, ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ। ସମସ୍ତଙ୍କ ବିକାଶ ରାଜ୍ୟ ଅଭିବୃଦ୍ଧିର ମୂଳ ତତ୍ତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଥିେଲ।

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ପାଇଁ ଜାପାନ ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିଥିେଲ। କହିଥିେଲ, ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କାର ୧୨୪ଟି ନିବେଶ ପ୍ରତିଶ୍ରୁତି ଆସିଥିଲା ଯାହା କାର୍ଯ୍ୟକାରୀ ହେଲେ ଏକ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନିବେଶ େକ୍ଷତ୍ରରେ ବଡ଼ ସଫଳତା ମିଳିଛି। ବର୍ତ୍ତମାନ ଓଡ଼ିଶା ହେଉଛି ଦକ୍ଷିଣ ଏସିଆର ଆଲୁମିନିୟମ ରାଜଧାନୀ ଓ ଭାରତର ଇସ୍ପାତ ରାଜଧାନୀ।

ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାର ଭିଜନ ୨୦୨୫ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି େବାଲି ମୁଖ୍ୟମନ୍ତ୍ରୀ ସୂଚାଇଥିେଲ। କହିଥିଲେ, ରାଜ୍ୟ ସରକାର ୬ଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିଛନ୍ତି। ଏ େକ୍ଷତ୍ରକୁ ଆଗକୁ ବଢାଇବା ପାଇଁ ନିଜସ୍ବ ଏରୋ‌ସ୍ପେସ୍ ଓ ପ୍ରତିରକ୍ଷା ନିର୍ମାଣ ନୀତି, ବନ୍ଦର ବିକାଶ ଯୋଜନା, ସ୍କିଲଡ୍‌ ଇନ୍ ଓଡ଼ିଶା, ଷ୍ଟାର୍ଟଅପ୍ ନୀତି ଓ ବାୟୋଟେକ୍ନୋଲୋଜି ଯୋଜନା ରହିଛି।

ସମ୍ବନ୍ଧିତ ଖବର