ନୌସେନାରେ ୩୪୦୦ ପଦ ପାଇଁ ବାହାରିଲା ନିଯୁକ୍ତି ବିଜ୍ଞାପନ, +୨ ବିଜ୍ଞାନ ଓ ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ : ଭାରତୀୟ ନୌସେନା ୩୪୦୦ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ ସେଲର (ଏଏ, ଏସଏସଆର ଓ ଏମଆର) ପଦ ପାଇଁ ଆବେଦନ  ଆମନ୍ତ୍ରଣ କରାଯାଇଛି । ଏ ନେଇ ନୌସେନାର ଟ୍ୱିଟର ପେଜରେ ସୂଚନା ଦିଆଯାଇଛି । ଏଥିରେ ପଦ ଗୁଡିକର ସମ୍ପୂର୍ଣ୍ଣ ବିବରଣୀ ରହିଛି ।

ନୌସେନା ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଇଚ୍ଛୁକ ଆଶାୟୀ  ଡିସେମ୍ବର ମାସ ୩୦ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.inରେ ଲଗ୍ ଇନ୍ କରିବାକୁ ହେବ । ଏଥିରେ ହିଁ ସେମାନେ ଆବେଦନ କରିପାରିବେ ।

୨୫୦୦ ଏସଏସଆର ସେଲର ,  ୫୦୦ ଏଏ  ସେଲର ଏବଂ ୪୦୦ ଏମଆର ସେଲର ପଦ ପାଇଁ ଆଶାୟୀଙ୍କର ଚୟନ କରାଯିବ । ଏହି ପ୍ରକ୍ରିୟାରେ ମୋଟ୍ ୩୪୦୦ ପଦରେ ନିଯୁକ୍ତି ଦିଆଯିବ । ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀ +୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ସେହିଭଳି ଏମଆର ପଦ ପାଇଁ ଆଶାୟୀମାନେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।

ସମ୍ବନ୍ଧିତ ଖବର