ଭାରତରେ ଥିବା ଏହି ରେଳଷ୍ଟେସନକୁ ଯିବାକୁ ହେଲେ ଦରକାର ପଡେ ପାସପୋର୍ଟ!

ଭାରତରେ ରହିଛି ଏପରି ଏକ ରେଳଷ୍ଟେସନ, ଯେଉଁଠିକୁ ଯିବାକୁ ହେଲେ ଦରକାର ପଡେ ପାସ୍‌ପୋର୍ଟ। ଏହି ଷ୍ଟେସନକୁ ବିନା ପାସ୍‌ପୋର୍ଟରେ ଯିବା ବେଆଇନ ଧରାଯାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ରେଳଷ୍ଟେସନଟି ନା ହେଉଛି ଅଟାରୀ।

ଏହା ଦେଶର ଏକମାତ୍ର ରେଳ ଷ୍ଟେସନ୍‌, ଯେଉଁଠି ପାସପୋର୍ଟ ଅନିବାର୍ଯ୍ୟ। ଏହି ସ୍ଥାନକୁ ଯିବା ପାଇଁ ପାକିସ୍ଥାନୀ ଭିଜା ଅନିବାର୍ଯ୍ୟ କରି ଦିଆଯାଇଛି। ଗୁପ୍ତ ଏବଂ ସୁରକ୍ଷା ଏଜେନ୍‌ସିଙ୍କ ଦ୍ୱାରା ୨୪ ଘଣ୍ଟା ଏହି ରେଲୱେ ଷ୍ଟେସନ ଘେରି ହୋଇଥାଏ। ଏହି ରେଲୱେ ଷ୍ଟେସନ୍‌କୁ ବିନା ଭିଜାରେ ପହଞ୍ଚିଲେ କୌଣସି ବି ନାଗରିକଙ୍କୁ ତୁରନ୍ତ ୧୪ ଆକ୍ଟ ଅଧିନରେ ମାମଲା ରୁଜୁ ହୋଇଥାଏ ଏବଂ ବହୁତ କଷ୍ଟରେ ଜାମିନ୍‌ ମିଳେ।

ଏହି ରେଲୱେ ଷ୍ଟେସନ୍‌ରୁ ସବୁଠାରୁ ଭିଭିଆଇପି ଟ୍ରେନ ସମଝୈାତା ଏକ୍ସପ୍ରେସକୁ ସବୁଜ ପତାକା ଦେଖାଯାଏ। ଏହା ଦେଶର ପ୍ରଥମ ରେଲୱେ ଷ୍ଟେସନ ଯେଉଁଠି ଟ୍ରେନ୍‌କୁ ସବୁଜ ପତାକା ଦେଖାଇବା ପାଇଁ ସୀମା ଶୁଳ୍କ ବିଭାଗ ସହିତ ଟ୍ରେନରେ ବସିଥିବା ଯାତ୍ରୀଙ୍କ ଠାରୁ ଅନୁମତି ନିଆଯାଇଥାଏ । ଏହି ରେଲୱେ ଷ୍ଟେସନ ଠାରୁ ପ୍ରତ୍ୟେକ ରେଳ ଟିକେଟ୍‌ କିଣୁଥିବା ବ୍ୟକ୍ତିଙ୍କ ପାସପୋର୍ଟ ନମ୍ବର ଲେଖାଯାଇଥାଏ ଏବଂ ତାଙ୍କୁ କନଫର୍ମ ସିଟ୍‌ ମିଳେ।

ଏହି ରେଲୱେ ଷ୍ଟେସନରେ କୁଲିଙ୍କୁ ଆସିବା ମନା। ଯାତ୍ରୀଙ୍କୁ ନିଜ ସାମାନ ନିଜେ ଉଠାଇବା ପାଇଁ ପଡେ। ଷ୍ଟେସନର ପ୍ରତି ମୁହୂର୍ତ୍ତର ଖବର ରେଲୱେ ମୁଖ୍ୟାଳୟ(ବଡୈାଦା ହାଉସ୍‌, ଦିଲ୍ଲୀ)ରେ ଥାଏ। ସୁରକ୍ଷାରେ ୨୪ ଘଣ୍ଟା ସେବା ବାହିନୀ ମୁତୟନ ଥାନ୍ତି। ଏଠି ଫଟୋଗ୍ରାଫି କରିବା ବି ମନା। ପର୍ଯ୍ୟଟକ ଦୂରରୁ ଏହି ରେଲୱେ ଷ୍ଟେସନ ଦେଖିପାରିବେ। ଯଦି ରେଲୱେ ଷ୍ଟେସନ ଭିତରକୁ ଯିବାର ଅଛି ତେବେ ଆପଣଙ୍କୁ ଗୃହ ମନ୍ତ୍ରଣାଳୟର ଭିନ୍ନ ଭିନ୍ନ ବିଭାଗ ଠାରୁ ଅନୁମତି ନେବାକୁ ପଡିବ।

ସମ୍ବନ୍ଧିତ ଖବର