ନିଜ ସଫଳତା ପଛରେ ଥିବା ୫ଟି ସିକ୍ରେଟର ଖୁଲାସା କଲେ ‘ନିଟ୍‌’ ୨୦୧୮ର ଟପ୍ପର କଳ୍ପନା କୁମାରୀ

ନୂଆଦିଲ୍ଲୀ: ଗତ ସୋମବାର ପ୍ରକାଶ ପାଇଥିଲା ନିଟ୍‌ ୨୦୧୮ର ପରୀକ୍ଷା ଫଳ । ଯେଉଁଥିରେ ସବୁଠାରୁ ଅଧିକ ନମ୍ବର ଆଣି ଟପ୍ପର ହୋଇଥିଲେ ବିହାରର କଳ୍ପନା କୁମାରୀ । ନିଟ୍‌ ପାରୀକ୍ଷାରେ ୯୯.୯୯ପ୍ରତିଶକ ମାର୍କ ଆଣିଥିବା ବେଳେ ଦ୍ୱାଦଶ ପରୀକ୍ଷାରେ ମଧ୍ୟ ସେ ଟପ୍ପର ହୋଇଥିବା ଜଣା ପଡ଼ିଛି । ଦ୍ୱାଦଶ ପାରୀକ୍ଷାରେ ସେ ୮୬.୮ପ୍ରତିଶତ ମାର୍କ ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ।
ସାରା ଦେଶରେ ୧୩ଲକ୍ଷ ପିଲା ନିଟ୍‌ ପରୀକ୍ଷା ଦେଇଥିବା ବେଳେ କଳ୍ପନା ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଜଣେ ଭଲ ଡ଼ାକ୍ତର ହେବାର ସ୍ୱପ୍ନ ଦେଖୁଥିବା କଳ୍ପନା ଏବେ ତାଙ୍କର ଏହି ବିରଳ ସଫଳତା ପଛରେ ରହିଥିବା ୫ଟି ସିକ୍ରେଟ୍‌ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏନ୍‌ସିଇଆର୍‌ଟିର ବହି ପଢ଼ିବା ସହ କୋଚିଙ୍ଗରୁ ମିଳିଥିବା ନୋଟସ୍‌ ବ୍ୟବହାର କରି ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲି।

hindustantimes.com

ଚୂଡ଼ାନ୍ତ ପରୀକ୍ଷା ଦେବା ପୂର୍ବରୁ ମୁଁ ମକ୍‌ ଟେଷ୍ଟ ଦେଇଥିଲି । ଯାହା ମୋତେ ପରୀକ୍ଷାରେ ଅଧିକ ଭଲ କରିବା ପାଇଁ ସହାୟକ ହୋଇଥିଲା । ମୋ ମତ ଅନୁଯାୟୀ ସମସ୍ତଙ୍କୁ ମଝିରେ ମଝିରେ ନିଜ ପ୍ରସ୍ତୁତି ବିଷୟରେ ନିଶ୍ଚିତ ହେବା ପାଇଁ ମକ୍‌ ଟେଷ୍ଟ ଦେବା ଦରକାର । ଏହା ଦ୍ୱାରା ଆପଣ ପରୀକ୍ଷା ପାଇଁ କେତେ ପ୍ରସ୍ତୁତ ତାହା ଜାଣି ପାରିବେ । ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଦିନକୁ ୧୨ରୁ ୧୩ଘଣ୍ଟା ପରିଶ୍ରମ କରୁଥିଲି । ଯାହା ପାଇଁ ମୁଁ ଆଜି ସଫଳ ହୋଇ ପାରିଛି ।

ସମ୍ବନ୍ଧିତ ଖବର