ଏହି ଗାଁର ଲୋକେ ଘର ତୋଳିବାକୁ କିଡନୀ ବିକ୍ରି କରନ୍ତି : କିଡନୀ ଯାଏ, ଘର ତୋଳା ହୁଏନା

କାଠମାଣ୍ଡୁ : ନେପାଳ ରାଜଧାନୀ କାଠମାଣ୍ଡୁ ନିକଟସ୍ଥ ହୋକସେ ଗ୍ରାମ ଏହାର ପ୍ରାଚୀନ ସଂସ୍କୃତି ଏବଂ ଦେବାଦେବୀଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ । ତେବେ ବର୍ତ୍ତମାନ ଏହି ଗ୍ରାମ ମାନବ ଅଙ୍ଗ ଚାଲାଣକୁ ନେଇ ଚର୍ଚ୍ଚାର ବିଷୟ ପାଲିଟିଛି । ଏହି ଗ୍ରାମବାସୀମାନେ ଶିକ୍ଷିତ ହୋଇ ନ ଥିବାରୁ ଅର୍ଥ ରୋଜଗାର ଲାଗି କିଡନୀ ବିକ୍ରି କରୁଥିବା ଜଣାପଡ଼ିଛି। ଭୂକମ୍ପ ପ୍ରପୀଡ଼ିତ ହୋକସେ ଗାଁର ଲୋକେ ଠକେଇର ଶିକାର ମଧ୍ୟ ହୋଇଛନ୍ତି। ଏଇ ଗାଁଟି କିଛି ଦଲାଲଙ୍କ କବଳିତ ହେବାପରେ ଗ୍ରାମବାସୀମାନେ କିଡନୀ ବିକ୍ରିର ଜାଲରେ ପଡ଼ିଯାଇଥିଲେ । ତେବେ ଦଲାଲମାନେ ନିରକ୍ଷର ଗ୍ରାମବାସୀଙ୍କୁ ଗୋଟେ କିଡନୀ ବା ବୃକକ୍‌କୁ ଅସ୍ତ୍ରପ୍ରଚାର କଲେ ଆଉ ଗୋଟେ ବୃକକ୍‌ ସ୍ୱୟଂ ସୃଷ୍ଟି ହୋଇଥାଏ ବୋଲି କହି ଠକି ଚାଲିଛନ୍ତି ।

Pakistan Defence

ସୂଚନା ଅନୁଯାୟୀ , ନେପାଳର ହୋକସେ ଗ୍ରାମ ନେପାଳ ଭୂକମ୍ପ ପୀଡ଼ତ ପରିବାର ପାଇଁ ଆଶ୍ରୟସ୍ଥଳୀ ପାଲିଟିଛି । ଗ୍ରାମବାସୀଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ନ ଥିବାର ଫାଇଦା ଉଠାଇଛନ୍ତି ମାନବ ଅଙ୍ଗ ଚାଲାଣକାରୀ ଦଲାଲ । ଘର ତିଆରି ପାଇଁ ଟଙ୍କାର ଲୋଭ ଦେଖାଇବା ସହ ବୃକକ୍‌ ଅସ୍ତ୍ରୋପଚାର ପରେ ପୁନଃ ଏହା ସୃଷ୍ଟି ହୋଇଥିବା କଥା ଆଦି କୁହାଯାଇ ସରଳ ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି ଦଲାଲ୍‌ । ଅନେକ କ୍ଷେତ୍ରରେ ଗ୍ରାମବାସୀ ଠକେଇର ଶିକାର ମଧ୍ୟ ହୋଇଛନ୍ତି। ସେମାନଙ୍କର ବୃକକ୍‌ ବହାର କରିଦିଆଯାଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ଅର୍ଥ ପ୍ରଦାନ କରାଯାଇ ନ ଥିଲା । ବର୍ତ୍ତମାନ ଏହି ଗ୍ରାମବାସୀଙ୍କ ଫଟୋ ଏବଂ କାହାଣୀ ସୋସିଆଲ ମିଡ଼ିଆରେ ଘୂରିବୁଲୁଥିବା ବେଳେ ତାହା ବହୁଳ ମାତ୍ରାରେ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର