ଖୁସି ଖବର ! ବର୍ତ୍ତମାନ ଡ଼େଙ୍ଗୁ ପରୀକ୍ଷା ହୋଇପାରିବ ୧୫ ମିନିଟରେ !

ନୂଆଦିଲ୍ଲୀସ୍ଥିତ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜେନିଟିକ ଇଞ୍ଜିନିୟରିଂ ଏଣ୍ଡ ବାୟୋଟେକନିକ (ଆଇସିଜିଇବି) ସମସ୍ତଙ୍କ ପାଇଁ ଆଣିଛିି ଖୁସି ଖବର । ଡ଼ା. ନବୀନ ଖାନ୍ନାଙ୍କ ନେତୃତ୍ୱାଧୀନ ବୈଜ୍ଞାନିକ ଟିମ ଡ଼େଙ୍ଗୁ ରୋଗ ଚିହ୍ନଟ କରିବା ପାଇଁଏକ କିଟ ପ୍ରସ୍ତୁତ କରିଛନ୍ତି, ଯାହା ଦ୍ୱାରା ୧୫ ମିନିଟ ଭିତରେ ରୋଗ ଚିହ୍ନଟ ହୋଇ ପାରିବ । ଏହାର ନାମ ‘ଡ଼େଙ୍ଗୁ ଡ଼େ ୧’ ରଖାଯାଇଛି। ଏହା କମ ସମୟ ମଧ୍ୟରେ ‘ଏଡିସ୍‌’ ମଶା ଜନିତ ରୋଗ ବିଷୟରେ ଜଣା ପଡ଼ିବ । ସାଧାରଣତଃ ଡ଼େଙ୍ଗୁ ରୋଗ ଚିହ୍ନଟ ପରୀକ୍ଷାର ଫଳାଫଳ ପାଇଁ ୨ ସପ୍ତାହ ସମୟ ଲାଗିଥାଏ । କିନ୍ତୁ ଏହି କିଟ୍‌ ଦ୍ୱାରା ୧ ଦିନ ଭିତରେ ରୋଗ ଚିହ୍ନଟ ହୋଇ ପାରିବ ।
“ଏହି କିଟ୍‌ ଦ୍ୱାରା ୧୫ ମିନିଟ ମଧ୍ୟରେ ଡ଼େଙ୍ଗୁ ରୋଗର ପ୍ରଥମ ଏବଂ ଦ୍ୱିତୀୟ ସ୍ତର ଜଣାପଡ଼ିଥାଏ , ଯାହା ଦ୍ୱାରା ରୋଗୀମାନଙ୍କର ସମୟ ଥାଇ ସଠିକ ଉପଚାର ହୋଇପାରିବ । ଏହି କିଟ୍‌ ଦ୍ୱାରା ମଶା ଜନିତ ସମସ୍ତ ପ୍ରକାରର ରୋଗର ମଧ୍ୟ ଚିହ୍ନଟ ହୋଇପାରିବ” ବୋଲି କହନ୍ତି ଡ଼ା.ଖାନ୍ନା।
କିଛିଦିନ ପୂର୍ବର ଡ଼ା.ଖାନ୍ନା ଅଞ୍ଜନି ମାସେଲକର ଇନକ୍ଲୁସିଭ ଆଓ୍ଵାର୍ଡ଼ (ଏଆଇଆଇଏମଏ) ପାଇବା ସହ ୧ଲକ୍ଷ ଟଙ୍କା ପୁରସ୍କାର ପାଇଥିଲେ। ଏହି ପୁରସ୍କାର ପାଇବା ପରେ ସେ କହିଥିଲେ, “ଗତ ୨୬ ବର୍ଷ ମଧ୍ୟରେ କେବେ ମଧ୍ୟ ତାଙ୍କ କାମକୁ ଏପରି ପୁରସ୍କୃତ କରାଯାଇ ନଥିଳା , ଏହା ମତେ ବହୁତ ଉତ୍ସାହିତ କରିଛି। ”
ଡେଙ୍ଗୁ ରୋଗରେ ଭାରତରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଡ଼ା.ଖାନ୍ନଙ୍କର ଏପରି ଏକ କିଟ୍‌ ପ୍ରସ୍ତୁତି ବହୁତ ପ୍ରଂଶସନୀୟ ବୋଲି କହନ୍ତି ଡ଼ା. ରଘୁନାଥ ମାସେଲକର।

ସମ୍ବନ୍ଧିତ ଖବର