ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଯାତ୍ରୀମାନଙ୍କୁ ଏଣିକି ମିଳିବ ଏହି ୫ଟି ନୂଆ ସୁବିଧା!

0

ରେଳ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ପୁଣି ନୂଆ ଯୋଜନା ଆରମ୍ଭ କରିଛି। ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହରୁ ୫ଟି ନୂଆ ସୁବିଧା ମିଳିବ। ଏହି ସୁବିଧାରୁ ଲୋକଙ୍କ ଯାତ୍ରା ଆହୁରି ସହଜ ହେବ। ଏହି ସୁବିଧା ଦ୍ୱାରା ଷ୍ଟେସନରେ ଅଳିଆ ହେବନି । ଏହା ସହିତ ଯାତ୍ରୀଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି।

ଖାଲି ପାଣି ବୋତଲ ଉପରେ ବସ ବା ବିମାନ ଭଡାରେ ମିଳିବ ରିହାତି : ଆପଣଙ୍କ ପାଖରେ ଯଦି ପାନୀୟ ଜଳର ଖାଲି ବୋତଲ ଅଛି, ତେବେ ଆପଣଙ୍କୁ ବସ ବା ବିମାନ ଭଡାରେ ରିହାତି ମିଳିବ। ପ୍ଲାଟଫର୍ମ ନଂ ୧୬ ଓ ୧ରେ ବୋତଲ କ୍ରସିଙ୍ଗ ମେସିନ ଲଗାଯାଇଛି, ଯେଉଁଥିରେ ବୋତଲ ପକାଇଲେ ଏକ କୁପନ ମିଳିବ। ଏହା ଉପରେ ଲେଖା ଥିବା ନମ୍ବରର ସହାୟତାରେ ପେଟିଏମ ଜରିଆରେ ୩୫୦୦ ଟଙ୍କାରୁ ଅଧିକର ବିମାନ ଟିକେଟ ବୁକ କଲେ ପାଖାପାଖି ୭୫୦ ଓ ୩୦୦ଟଙ୍କାରୁ ଅଧିକର ବସ ଟିକେଟରେ ୧୦୦ ଟଙ୍କାର ରିହାତି ମିଳିବ।

ଦିବ୍ୟାଙ୍ଗଙ୍କ ପାଇଁ ଲିଫ୍‌ଟିଙ୍ଗ ହ୍ଵିଲ ଚେୟାର : ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଦିବ୍ୟାଙ୍ଗଙ୍କ ସୁବିଧାକୁ ନଜରରେ ରଖି ଲିଫ୍‌ଟିଙ୍ଗ ହ୍ଵିଲ ଚେୟାର ଲଗାଯାଇଛି। ଏହା ଉପରେ ଯାତ୍ରୀଙ୍କୁ ବସାଇ ଟ୍ରେନକୁ ପହଞ୍ଚାଇବା ସହିତ ଉଠାଇକି ସିଧା ଟ୍ରେନରେ ରଖାଯାଇପାରିବ। ଏହି ହ୍ଵିଲ ଚେୟାରରେ ଲିଫ୍‌ଟ ଲାଗିଛି ଯାହାକି ଦିବ୍ୟାଙ୍ଗଙ୍କୁ ସିଧା ଟ୍ରେନର ଦ୍ୱାରରେ ପହଞ୍ଚାଇଦେବ।

ଅତ୍ୟାଧୁନିକ ଶୌଚାଳୟର ସୁବିଧା ମିଳିବ : ରେଳବାଇ ପ୍ଲାଟଫର୍ମ ନଂ ୧୦, ୧୧ ଓ ୧୬ରେ ନୂଆ ଫେବ୍ରିକେଟେଡ ଶୌଚାଳୟ ନିର୍ମାଣ କରିଛନ୍ତି। ଏହି ଶୌଚାଳୟରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧାକୁ ଦେଖି ଅଲଗା ବ୍ୟବସ୍ଥା କରାଯାଇଛି ।

ମାଗଣାରେ ମିଳିବ ଆର.ଓ. ପାଣି : ରେଳଯାତ୍ରୀଙ୍କୁ ଉଚ୍ଚ ଗୁଣବତ୍ତା ଯୁକ୍ତ ସ୍ୱଚ୍ଛ ପାଣି ଉପଲବ୍ଧ କରାଇବା ପାଇଁ ଦିଲ୍ଲୀର ପ୍ଲାଟଫର୍ମ ନଂ ୧ ଓ ୧୬ରେ ଆର.ଓ ଲଗାଯାଇଛି । ଏହାଦ୍ୱାରା ଯାତ୍ରୀଙ୍କୁ ସଫା ପାଣି ମିଳିବ।

ପ୍ରତିକ୍ଷାଳୟରେ ବଡ ବଡ ଏସିର ସୁବିଧା ମିଳିବ : ନୂଆଦିଲ୍ଲୀ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନଂ ୧ରେ ଥିବା ଉଚ୍ଚ ଶ୍ରେଣୀର ପ୍ରତିକ୍ଷାଳୟରେ ସେଣ୍ଟ୍ରାଲ ଏସି ଲଗାଇବାର ବ୍ୟବସ୍ଥା ହେଉଛି । ପୂର୍ବରୁ କେବଳ ସ୍ପ୍ଲିଟ ଏସି ଲାଗିଥିଲା। ସେମାନଙ୍କୁ ବସିବାରେ କେୀଣସି ଅସୁବିଧା ନହେବ ସେଥିପାଇଁ ପ୍ରତିକ୍ଷାଳୟରେ ଅଧିକ ବେଞ୍ଚର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.