ଖାଦ୍ୟରେ ଅପଦ୍ରବ୍ୟ କିମ୍ବା କେମିକାଲ ମିଶାଇଲେ ଏଣିକି ଭୋଗିବାକୁ ପଡ଼ିବ ଆଜୀବନ ଜେଲ ଦଣ୍ଡ!

0 164

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଖାଦ୍ୟ ଅପମିଶ୍ରଣ। ଏହି ଖାଦ୍ୟ ବ୍ୟବହାର ଯୋଗୁଁ ଏହାର ପ୍ରଭାବ ସିଧାସଳଖ ପଡୁଛି ଲୋକମାନଙ୍କ ଶରୀର ଉପରେ। ଯାହାଫଳରେ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏହା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର ପ୍ରତିକାର ପାଇଁ ସରକାର ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଯାହାଫଳରେ ଖାଦ୍ୟରେ ଅପଦ୍ରବ୍ୟ କିମ୍ବା କେମିକାଲ ମିଶାଇଲେ ଏଣିକି ଭୋଗିବାକୁ ପଡ଼ିବ ଆଜୀବନ ଜେଲ ଦଣ୍ଡ ।

Panda Mobile only

ଖାଦ୍ୟ ପଦାର୍ଥରେ କୌଣସି ପ୍ରକାର ଅପଦ୍ରବ୍ୟ କିମ୍ବା କେମିକାଲ ଭଳି ଜିନିଷ ମିଶ୍ରଣ କରୁଥିବା ଲୋକମାନଙ୍କୁ ସରକାର ଆଜୀବନ କାରାଦଣ୍ଡ ଦେବାର ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଫୁଡ ରେଗୁଲେଟର ଫୁଡ ସେପ୍ଟଟ ଆଣ୍ଡ ସ୍‌ଟାଣ୍ଡାଡ ଅଥୋରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ) ଖାଦ୍ୟ ସୁରକ୍ଷା ଆଇନକୁ ବଦଳାଇବା ପାଇଁ ପ୍ରସ୍ତାବ ଦେଇ ଖାଦ୍ୟରେ ମିଶ୍ରଣ କରୁଥିବା ଲୋକମାନଙ୍କୁ ଆଜୀବନ କାରାଦଣ୍ଡ ଦେବା ସହ ୧୦ ଲକ୍ଷ ଟଙ୍କା ଜୋରିମାନା ଦେବାର ଅନୁରୋଧ କରିଛନ୍ତି ।

ଏଫଏସଏସଏଆଇଙ୍କ ପ୍ରସ୍ତାବ ଅନୁଯାୟୀ, ବିଦେଶକୁ ରପ୍ତାନୀ ହେଉଥିବା ଖାଦ୍ୟପଦାର୍ଥ ଉପରେ ମଧ୍ୟ ଏହି ଆଇନ୍‌ ଲାଗୁ କରାଯିବ। ପୂର୍ବରୁ ବାହାରକୁ ରପ୍ତାନୀ କରାଯାଉଥିବା ଖାଦ୍ୟପଦାର୍ଥ ଉପରେ ଏହି ନିୟମକୁ ଲାଗୁ କରାଯାଇନଥିଲା କିନ୍ତୁ ଏବେ ଏହି ନିୟମକୁ ଲାଗୁ କରାଯିବ। କେବଳ ସେତିକି ନୁହେଁ ଉପଭୋକ୍ତାଙ୍କ ପରିଭାଷାରେ ମଧ୍ୟ ପରିବର୍ତ୍ତନ ହେବ ଏବଂ ପଶୁ ଖାଦ୍ୟରେ ମଧ୍ୟ ଏହି ଆଇନ ଲାଗୁ କରାଯିବ। ଫୁଡ ସେପ୍ଟଟକୁ ଆହୁରି ମଜବୁତ କରିବା ପାଇଁ ସରକାର ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଫୁଡ ଆଇଟମ ଗୁଡିକୁ ଯାଞ୍ଚ କରୁଥିବା ଲ୍ୟାବ ଗୁଡିକୁ ପାଞ୍ଚଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ପଡିବ। ଯଦି ଖାଦ୍ୟରେ ଅନ୍ୟ କୌଣସି କେମିକାଲ ଏବଂ ଜୀବାଣୁର ଆଶଂକା ମିଳେ ଏବଂ ଲ୍ୟାବ ଏହାକୁ ପାଞ୍ଚଦିନ ମଧ୍ୟ ଯାଞ୍ଚ ନକରିପାରେ ତେବେ ଲ୍ୟାବକୁ ଅଧିକରୁ ଅଧିକ ୧୦ ଦିନ ସମୟ ଦିଆଯିବ। ଏଫଏସଏସଏଆଇର ଏହି ଆଦେଶ କ୍ରମେ ଫୁଡ ସେପ୍ଟିକୁ ବଞ୍ଚାଇ ରଖିବାରେ ସାହାଯ୍ୟ ମିଳିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.