ଜନ୍ମର ୨ ଦିନ ପରେ ମିଳିତ ଭାବେ ଶିଶୁର ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର କ‌ଲେ ୩ଟି ବିଭାଗର ଡାକ୍ତର

କୋଟା: ରାଜସ୍ଥାନରେ କୋଟାରେ ଥିବା ମେଡିକାଲ କଲେଜରେ ଜନ୍ମର ୨ଦିନ ପରେ ଏକ ଶିଶୁର ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାରେ ଥିବା ଶିଶୁ ରୋଗ ବିଭାଗ, ନ୍ୟୁରୋସର୍ଜରୀ ବିଭାଗ ଓ ଆନସ୍ଥେଟିକ୍ସ ବିଭାଗର ଡାକ୍ତର ମିଶି ଏହି ଅସ୍ତ୍ରୋପଚାରକୁ ସଫଳ କରିଥିବା ସାମ୍ନାକୁ ଆସିଛି। ଶିଶୁଟି ଜନ୍ମ ହେବା ପରେ ତଳକୁ ଖସି ପଡ଼ିବାରୁ ତା’ର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଝଲାୱାର ମେଡିକାଲ କଲେଜ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ କୋଟା ମେଡିକାଲ କଲେଜରେ ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା।

Image result for surgery
Medical News Today

ସୂଚନା ମୁତାବକ, ନଭେମ୍ବର ୨୧ରେ ଶିଶୁର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ନଭେମ୍ବର ୨୩ରେ ଅସ୍ତ୍ରୋପଚାର କରାଯାଇଥିଲା। ତଳେ ପଡ଼ିଯିବା ପରେ ଶିଶୁର ସିଟି ସ୍କାନ କରାଯାଇଥିଲା।  ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ସ୍ପଷ୍ଟ ହେବା ପରେ ଶିଶୁକୁ କୋଟା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁର ଅବସ୍ଥା ଦେଖି ଅସ୍ତ୍ରୋପଚାରରେ ମୃତ୍ୟୁ ଆଶଙ୍କା ଥିବା ଜାଣି ମଧ୍ୟ ଶିଶୁ ରୋଗ ବିଭାଗର ମୁଖ୍ୟ, ନ୍ୟୁରୋସର୍ଜରୀ ବିଭାଗ ଓ ଆନସ୍ଥେଟିକ୍ସ ବିଭାଗର ଡାକ୍ତର ମିଶି ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନେଇଥିଲେ। ଅସ୍ତ୍ରୋପଚାର ପରେ ଏବେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ଜନ୍ମର ଦୁଇ ଦିନ ପରେ ଏଭଳି ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର ହେବା ପ୍ରଥମ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର