ଏଣିିକି ଟ୍ରାଫିକ ନିୟମ ଭଙ୍ଗ କଲେ ୭ ବର୍ଷ ଜେଲଦଣ୍ଡ ସହିତ ଦେବାକୁ ପଡ଼ିବ ୨ଲକ୍ଷ ଟଙ୍କାର ଜରିମାନା

ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ଏଣିକି ଟ୍ରାଫିକ ନିୟମ କଡ଼ାକଡ଼ା ହେବାକୁ ଯାଉଛି। ଟ୍ରାଫିକ ନିୟମ ଭଙ୍ଗ କଲେ ୭ ବର୍ଷ ଜେଲଦଣ୍ଡ ସହିତ ୨ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଏହାବ୍ୟତୀତ ମଦପିଇ କିମ୍ବା ମୋବାଇଲରେ କଥା ହୋଇ ଗାଡି ଚଲାଇଲେ ଅସୁବିଧାରେ ପଡିପାରନ୍ତି। ସଡକ ଦୁର୍ଘଟଣା ଉପରେ ରୋକ ଲଗାଇବା ପାଇଁ ସରକାର ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସଡକ ଦୁର୍ଘଟଣାକୁ ରୋକିବା ପାଇଁ ୨୦୧୭ରେ ଅନେକ ଯୋଜନାମାନ ପ୍ରବନ୍ଧନ କରାଯାଇଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇପାରି ନଥିଲା। କିନ୍ତୁ ଏବେ ଏହି ପ୍ରସ୍ତାବ ଗୁଡିକୁ ମଞ୍ଜୁରି ମିଳିସାରିଛି। କେବଳ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏହି ପ୍ରସ୍ତାବ ଗୁଡିକ ଆଇନରେ ପରିଣତ ହେବ।

photo by : The Pioneer

ଜାରି ହୋଇଥିବା ନୂଆ ଆଇନ ଅନୁଯାୟୀ, ପୂର୍ବରୁ ମଦ ପିଇ ଗାଡି ଚଲାଉଥିଲେ ୨ ହଜାର ଟଙ୍କା ଫାଇନ ଦେବାକୁ ପଡୁଥିଲା। କିନ୍ତୁ ଏବେ ସେହି ନିୟମକୁ ବଦଳାଇ ଦିଆଯାଇିଛି। ଏବେ ଯଦି କୌଣସି ବ୍ୟକ୍ତି ମଦ ପିଇ ଗାଡି ଚଲାଏ ତେବେ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ।

ଠିକ ସେହିଭଳି ମୋବାଇଲ ଫୋନରେ କଥା ହୋଇ ଗାଡି ଚଲାଉଥିବା ବେଳେ ଧରାପଡିଲେ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ। କେବଳ ସେତିକି ନୁହେଁ ବିନା ଲାଇସେନ୍‌ସରେ ଗାଡି ଚାଲାଉଥିଲେ ୫ଶହ ଟଙ୍କା ବଦଳରେ ୫ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ।

ଏହାବ୍ୟତୀତ ବିନା ହେଲମେଟ କିମ୍ବା ବିନା ସିଟ ବେଲ୍‌ଟରେ ଗାଡି ଚଲାଉଥିବାର ଧରା ପଡିଲେ ୧ ହଜାର ଟଙ୍କା ଏବଂ ଯଦି ୧୮ ବର୍ଷରୁ କମ ବୟସର ପିଲା ଗାଡି ଚଲାଉଥିବାର ଧରାପଡେ ତେବେ ତାଙ୍କ ଅଭିଭାବକ ମାନଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ନିୟମ କରାଯାଇଛି।

ଏସବୁତ ଥିଲା ଟ୍ରାଫିକ ନିୟମ ଭଙ୍ଗ କରିବା ପ୍ରସଙ୍ଗ ଏବେ ଆସନ୍ତୁ ଜାଣିବା ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁବରଣ କରିଲେ କେଉଁ ଆଇନ ଲାଗୁ ହେବ।

ପିଡିତଙ୍କ ମୃତ୍ୟୁ ହୋଇଯାଇଥିବା ସ୍ଥିତିରେ ଏବେ ଦଶ ଗୁଣା ଅଧିକ କ୍ଷତିପୂରଣର ପ୍ରବନ୍ଧନ କରାଯାଇଛି। ସଡକ ଦୁର୍ଘଟଣାରେ ମୃତ୍ୟୁ ହେଲେ ବାହନ ଚାଳକଙ୍କୁ ୨ ବର୍ଷ ଜେଲ ଦଣ୍ଡ ବଦଳରେ ୭ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଦୁର୍ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଯଦି ଘଟଣା ସ୍ଥଳ ଛାଡି ପଳାୟନ କରନ୍ତି ତେବେ ସେହି ମାମଲାରେ ଚାଳକକୁ ୨ ଲକ୍ଷ ଟଙ୍କା ଦେବାକୁ ପଡିବ।

ସଡକ ଦୁର୍ଘଟଣାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ହେଉଛନ୍ତି ମୃତ୍ୟୁର ଶିକାର। ରାଜପଥରେ ଯାତ୍ରା କରୁଥିବା ସମୟରେ ପ୍ରତି ବର୍ଷ ହଜାର ହଜାର ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ୨୦୧୫ରେ ପ୍ରାୟ ୫ ଲକ୍ଷରୁ ଅଧିକ ସଡକ ଦୁର୍ଘଟଣା ହୋଇଛି। ସେଥି ମଧ୍ୟରୁ ପ୍ରାୟ ୪୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ସେହିଭଳି ୨୦୧୬ରେ ୪ ଲକ୍ଷ ୮୦ ହଜାର ସଡକ ଦୁର୍ଘଟଣା ହୋଇଥିବା ବେଳେ ୨୦୧୭ରେ ଦୁର୍ଘଟଣାର ଶିକାର ହୋଇଥିବା ୬୦ ହଜାର ଲୋକଙ୍କ ମଧ୍ୟରୁ ୪୦ ହଜାର ମୃତ୍ୟୁବରଣ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ସଡକ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଶଂ ଯୁବକ ରହିଛନ୍ତି। ତେଣୁ ଜାତିସଂଘ ୨୦୨୦ ମସିହା ମଧ୍ୟରେ ଦେଶରେ ହେଉଥିବା ସଡକ ଦୁର୍ଘଟଣାକୁ ୫୦ ପ୍ରତିଶତ ଯାଏ କମାଇବାର ଲକ୍ଷ ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ, ଯଦି ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଏବେ ଠାରୁ ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ୨୦୨୦ ସୁଦ୍ଧା ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଇ ୧୯ ଲକ୍ଷରେ ପହଞ୍ଚିଯିବ।

ସମ୍ବନ୍ଧିତ ଖବର