ଏଣିକି ମହିଳାମାନଙ୍କୁ ସୁରକ୍ଷା ଦେବ ସ୍ମାର୍ଟ ବ୍ରେସଲେଟ

ସମାଜରେ ମହିଳାମାନଙ୍କ ଉପରେ ଦିନକୁ ଦିନ ବଢି ଚାଲିଛି ଯୌନ ନିର୍ଯାତନା। ଘରୁ ବାହାରକୁ ଯାଉଥିବା ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏକ ବଡ ସମସ୍ୟା ପାଲଟି ଗଲାଣି। ତେବେ ମହିଳାଙ୍କ ଉପରେ ହେଉଥିବା ଏପରି ନିର୍ଯାତନାକୁ ରୋକିବା ପାଇଁ ଆମେରିକାର ବୈଜ୍ଞାନିକ ମାନେ ଏପରି ଏକ ବ୍ରେସଲେଟ ତିଆରି କରିଛନ୍ତି, ଯାହା ଅସୁବିଧାରେ ପଡିଥିବା ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କରିବ।

ୟୁନିଭରସିଟି ଅଫ ଅଲବାମା ର ବୈଜ୍ଞାନିକ ରାଗିବ ହସନଙ୍କ କହିବା ଅନୁସାରେ, ଅସୁବିଧାର ଶିକାର ହେଉଥିବା ମହିଳାମାନଙ୍କ ପାଖରେ ସାହାଯ୍ୟ ମାଗିବା ପାଇଁ କୌଣସି ପ୍ରକାର ସାଧନ ନଥାଏ। ତେଣୁ ବୈଜ୍ଞାନିକମାନେ ଏକ ସାହାଯ୍ୟକାରୀ ବ୍ରେସଲେଟ ଉଦ୍ଭାବନ କରିଛନ୍ତି । ଏହି ବ୍ରେସଲେଟଟି ଦେଖିବାକୁ ବେସ ସୁନ୍ଦର ହୋଇଥିବାରୁ ଏହାକୁ ପିନ୍ଧିବାରେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବନାହିଁ ।

ସୂଚନା ଅନୁଯାୟୀ, ତିଆରି ହୋଇଥିବା ଏହି ବ୍ରେସଲେଟରେ ଅନେକ ପ୍ରକାର ସେନସର ଲଗା ଯାଇଛି। ଏହି ସେନସର ଗୁଡିକ ଅପରାଧିମାନଙ୍କ ଗତିବିଧିକୁ ଅନୁଧ୍ୟାନ କରିପାରିବ। ଯଦି କୌଣସି ଅସୁବିଧାର ଆଶଙ୍କା ମିଳେ ତେବେ ଏହି ବ୍ରେସଲେଟରୁ ବହୁତ ଜୋରରେ ଶଦ୍ଦ ବାହାରିବା ସହ ଏଥିରୁ ଏକ ପ୍ରକାର ଲାଇଟ ପ୍ରବାହିତ ହେବ। ଯାହା ମହିଳାମାନଙ୍କ ଠାରୁ ଅପରାଧିମାନଙ୍କୁ ଦୁରାଇ ରଖିବ ଏବଂ ଆଖ ପାଖରେ ଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଏକ ସିଗନାଲ ପଠାଇବ। କେବଳ ସେତିକି ନୁହେଁ ଏହି ବ୍ରେସଲେଟରେ ଜିପିଏସ ଯୁକ୍ତ ମାଇକ୍ରୋଫୋନ ମଧ୍ୟ ଲଗାଯାଇଛି। କିନ୍ତୁ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ବ୍ରେସଲେଟରେ ଲାଗିଥିବା ସେନସର କନେକ୍ଟ ହୋଇଥିବା ମୋବାଇଲରୁ ଜରୁରୀକାଳିନ କଣ୍ଟାକ୍ଟ ନଂମ୍ବରକୁ ଚିହ୍ନଟ କରିବ ଏବଂ ବ୍ଲ୍ୟୁଟୁଥ ସାହାଯ୍ୟରେ ସେହି ନମ୍ବରକୁ ଅସୁବିଧାରେ ପଡିଥିବା ମହିଳାଙ୍କ ଲୋକେସନ ପଠାଇ ପାରିବ। ଏପରି ହେବା ଦ୍ୱାରା ମହିଳାମାନଙ୍କ ଏଭଳି ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ। ଏହା ସହ ରୋଡ ରୋମିଓ ମାନଙ୍କୁ ମଧ୍ୟ ଉଚିତ ଦଣ୍ଡ ମିଳିବ।

ସମ୍ବନ୍ଧିତ ଖବର