ଲକ୍ଷ୍ନୌ: ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଗାଡ଼ି ଚାଳକ ବେହାଲ୍, ଟ୍ରାଫିକ୍ ପୁଲିସ୍ ମାଲାମାଲ୍। ବିଭିନ୍ନ କାରଣକୁ ନେଇ ଯାତ୍ରୀଙ୍କ ଠାରୁ ଜରିମାନା ଆଦୟ କରିବାରେ ବ୍ୟସ୍ତ ଟ୍ରାଫିକ୍ ପୁଲିସ୍। ମାତ୍ର ଚପଲ କିମ୍ବା ସ୍ୟାଣ୍ଡେଲ୍ ପିନ୍ଧି ଗାଡ଼ି ଚଳାଇଲେ ବି ଜରିମାନା ଦେବାକୁ ପଡ଼ିବ ବୋଲି କଥାଟି ହୁଏତ ଆପଣ ଶୁଣିନଥିବେ। ଏହିପରି ଏକ ଖବର ସଭିଙ୍କୁ ବେଶ୍ ଚକିତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
सौजन्य से NBT
मेरे गरीब भाई बहनों सतर्क हो जाइये-
गांव का किसान,मजदूर,गरीब छात्र,छात्राएं
अब चप्पल पहनकर बाइक नही चला सकते
मोदी,योगी राज में सूट बूट पहनकर बाइक
चलाना होगा नही तो जोगी बाबा की पुलिस
हजारों रु0 की चालान काट देगी।आपकी
टूटी फूटी गाड़ी को नीलाम कर देगी@samajwadiparty pic.twitter.com/nKDMDbYIJT— I.P. Singh (@IPSinghSp) September 5, 2019
ଏ ନେଇ ସମାଜବାଦୀ ପାର୍ଟିର ଜାତୀୟ ମୁଖପାତ୍ର ଆଇପି ସିଂହ ତାଙ୍କ ଟ୍ଵିଟ୍ରେ ଏକ ପୋଷ୍ଟ୍ କରିଛନ୍ତି। ପୋଷ୍ଟ୍ରେ ସେ ଏକ ପେପର୍ କଟିଂ ସେୟାର୍ କରିଛନ୍ତି। ସେ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ନବଭାତର ଟାଇମ୍ସ’କୁ ସୌଜନ୍ୟ ଦେଇ ଲେଖିଛନ୍ତି, ‘ମୋର ପ୍ରି୍ରୟ ଭାଇଭଉଣୀମାନେ ସତର୍କ ହୋଇଯାଆନ୍ତୁ। ଗାଁର କୃଷକ, ଗରିବ ଛାତ୍ରଛାତ୍ରୀମାନେ ଏବେ ଚପଲ ପିନ୍ଧି ଗାଡ଼ି ଚଳାଇ ପାରିବ ନାହିଁ। ମୋଦୀ ରାଜ୍ୟରେ ସୁଟ୍-ବୁଟ୍ ପିନ୍ଧି ବାଇକ୍ ଚଲାଇବାକୁ ହେବ। ନଚେତ ଯୋଗୀ ବାବାଙ୍କ ପୁଲିସ୍ ହଜାର ଟଙ୍କାର ଚାଲାଣ କାଟି ଦେବେ। ଆପଣଙ୍କ ଭଙ୍ଗା ଗାଡ଼ିକୁ ନିଲାମ କରିଦେବ।’