ସୁରଟରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ, ହେଲ୍‌ମେଟ୍‌ ପିନ୍ଧି ଗଜାନନଙ୍କୁ ବିଦାୟ ଦେଲେ ଭକ୍ତ

ଅହମଦାବାଦ୍‌ : ଦେଶରେ ଟ୍ରାଫିକ ନିୟମ କଡ଼ାକଡି ହେବା ସହ ଜନସାଧାରଣ ସତର୍କ ଓ ସଚେତନ ହୋଇଛନ୍ତି । ନିୟମ ଲାଗୁ ହେବା ପରଠାରୁ ଭାରୀ ଜରିମାନା ଦେବା ଡ଼ରରେ ଲୋକେ ଏବେ ହେଲ୍‌ମେଟ୍‌ ପିନ୍ଧିବା ସହ ଗାଡ଼ିର ସବୁ କାଗଜପତ୍ର ନେଇ ଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଗୁଜୁରାଟର ସୁରଟରେ ଥିବା ଗଣେଶ ପେଣ୍ଡାଲରେ କିଛି ଭକ୍ତ କରିଥିବା କାମକୁ ଦେଖି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

बप्पा के दरबार में हेलमेट पहनकर पहुंचे भक्त (फोटो-गोपी)
aajtak.intoday.in

ସୂଚନା ମୁତାବକ, ସୁରଟର ବେସୁ ଅଞ୍ଚଳରେ ଶ୍ରୀ ଗଣେଶଙ୍କୁ ବିଦାୟ ଦେବା ପାଇଁ ଆଳତିର ଆୟୋଜନ କରାଯାଇଥିଲା । ଆଳତି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ଭକ୍ତ ଆସି ପହଞ୍ଚିଥିଲେ । ତେବେ ଆସିଥିବା ଭକ୍ତମାନେ ନିଜ ମୁଣ୍ଡରେ ହେଲ୍‌ମେଟ ପିନ୍ଧିଥିବାର ନଜର ଆସିଥିଲେ । ଏଭଳି କରିବା ପଛର କାରଣ ପଚରାଯିବା ପରେ, ସେମାନେ କହିଥିଲେ, ଏଭଳି କରି ଆମେ ଲୋକମାନଙ୍କୁ ସଚେତନ କରାଇବାକୁ ଚାହୁଁଛୁ । ସମସ୍ତଙ୍କୁ ଗାଡ଼ି ଚଳାଇବା ସମୟରେ ହେଲ୍‌ମେଟ୍‌ ପିନ୍ଧିବା ଦରକାର ଏହା ଜଣାଇବା ପାଇଁ ଆମେ ଆଳତି ସମୟରେ ହେଲ୍‌ମେଟ୍‌ ପିନ୍ଧିବା ନେଇ ଚିନ୍ତା କରିଥିଲୁ ।

ସମ୍ବନ୍ଧିତ ଖବର