କନ୍ଦାଇବାକୁ ଚେଷ୍ଟା କରୁଥିବା ବେଳେ ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ନବଜାତ ଶିଶୁର ଫଟୋ ଭାଇରାଲ ହୋଇଛି। ଫଟୋ ଭାଇରାଲ ହେବାର କାରଣ ଶିଶୁ ମୁହଁର ଚାହାଣି। ଏହି ଘଟଣା ବ୍ରାଜିଲର ରିୟୋ ଡି ଜେନେରିୟୋର ଏକ ହସ୍‌ପିଟାଲ୍‌ରେ ଘଟିଛି।

ଫେବ୍ରୁଆରି ୧୩ ତାରିଖରେ ଜଣେ ମହିଳା ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ। ଡାକ୍ତର ନାଭି କାଟିବା ପୂର୍ବରୁ ଶିଶୁୁଟିକୁ କନ୍ଦାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହି ସମୟରେ ଶିଶୁ ମୁହଁର ଚାହାଣି ଯେଭଳି ଥିଲା ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ସୂଚନାମୁତାବକ, ଶିଶୁର ମା’  ଜଣେ ପେଷାଦା ଫଟୋଗ୍ରାଫରଙ୍କ ସହିତ ସମ୍ପର୍କ କରିଥିଲେ। ଏବଂ କହିଥିଲେ ତାଙ୍କୁ କହିଥିଲେ ଯେ ସେ ଶିଶୁକୁ ଜନ୍ମ ଦେବା ପରେ ତାର ପ୍ରତିଟି ମୁହୂର୍ତ୍ତକୁ ସେ ତାଙ୍କ କ୍ୟାମେରାରେ କୈଦ କରି ରଖିବେ । ତାଙ୍କ କହିବାନୁସାରେ ଫଟୋଗ୍ରାଫର ବି ଜନ୍ମ ହେବା ପରେ ଶିଶୁର ପ୍ରତିଟି ମୁହୂର୍ତ୍ତର ଫଟୋକୁ କ୍ୟାମେରାରେ କୈଦ କରି ନେଇଥିଲେ। ପରେ ସେ ଶିଶୁ ଓ ତାର ପରିବାରର ସମସ୍ତ ସଦସ୍ୟଙ୍କ ଫଟୋକୁ ଫେସବୁକ୍‌ରେ ସେୟାର କରିଥିଲେ।

ତାଙ୍କ କହିବାଅନୁସାରେ, କୁହାଯାଏ ଯେଉଁ ଶିଶୁ ଜନ୍ମ ହେବା ପରେ ନ କାନ୍ଦେ ତାର ସ୍ୱାସ୍ଥ୍ୟ ଠିକ୍‌ ନଥାଏ। ସେହିପରି ଯେଉଁ ଶିଶୁକୁ ସେ ଜନ୍ମ ଦେଇଥିଲେ ସେ ଆଦୌ କାନ୍ଦୁ ନଥିଲା। ଡାକ୍ତରମାନେ ତାକୁ କନ୍ଦାଇବା ଯେତେ ଚେଷ୍ଟା କରିଥିଲେ ହେଁ ତାର ଉପରେ କୌଣସି ପ୍ରଭାବ ପଡ଼ୁ ନଥିଲା। ଓଲଟି ସେ ଡାକ୍ତରଙ୍କୁ ବଡ଼ବଡ଼ ଆଖି କରି ରାଗରାଗ ଚାହାଣିରେ ଦେଖୁଥିଲା। କିନ୍ତୁ ଡାକ୍ତର ନାଭି କାଟିବା ପରେ ଶିଶୁଟି କାନ୍ଦିବାକୁ ଲାଗିଥିଲା।

ସମ୍ବନ୍ଧିତ ଖବର