ନର୍ସଙ୍କ ଅବହେଳା ହେତୁ ନବଜାତ ଶିଶୁ ସବୁଦିନ ପାଇଁ ଗୋଡ ହରାଇଲା

ଚୀନ: ଚୀନର ଏକ ହସ୍‌ପିଟାଲରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହସ୍‌ପିଟାଲରେ ନର୍ସଙ୍କ ଅବହେଳା ହେତୁ ୪ଦିନର ନବଜାତ ଶିଶୁକୁ ନିଜର ଗୋଡ ହରାଇବାକୁ ପଡ଼ିଛି।

ସିନ୍‌ସେଇ ନ୍ୟାସନାଲ ହସ୍‌ପିଟାଲରେ ଜଣେ ନର୍ସ ନବଜାତ ଶିଶୁକୁ ସ୍ନାନ କରାଇବା ପରେ ହେୟାର ଡ୍ରାଏର୍‌କୁ ଚାଲୁଥିବା ଅବସ୍ଥାରେ ଛାଡ଼ି ଦେଇଥିଲେ। ଏହି ଡ୍ରାଏରରୁ ବାହାରୁ ଥିବା ଗରମ ପବନ ଶିଶୁଟି ଗୋଡରେ ଏକ ଘଣ୍ଟା ପର୍ଯ୍ୟନ୍ତ ବାଜିଥିଲା। ଫଳରେ ଶିଶୁର ଗୋଡର ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଘଟଣାଟି ୨୦୧୭ ଡିସେମ୍ବର ୧୪ ତାରିଖର। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି, ଦୁଇଜଣ ନର୍ସ ଶିଶୁ ରହୁଥିବା ଓ୍ଵାର୍ଡରେ କାମ କରୁଛନ୍ତି। ଅବହେଳା ହେତୁ ତାଙ୍କର ଧାରଣା ହିଁ ନାହିଁ କି ହେୟାର ଡ୍ରାଏର ଚାଲୁ ଅଛି ବୋଲି। ଏହାପରେ ଜଣେ ବରିଷ୍ଠ ଡାକ୍ତର ଯେତେବେଳେ ଶିଶୁଟିକୁ ଚିକିତ୍ସା କରିବାକୁ ଆସିଥିଲେ, ତାଙ୍କ ନଜର ଶିଶୁଟି ଉପରେ ପଡ଼ିଥିଲା। ଡାକ୍ତର ନବଜାତ ଶିଶୁର ଜୀବନ ବଞ୍ଚାଇବା ପାଇଁ ଗୋଡକୁ କାଟିବାକୁ ବାଧ୍ୟ ହୋଇଥିଲେ।

ଶିଶୁଟି ସମୟ ପୂର୍ବରୁ ଜନ୍ମ ହୋଇଥିବା ହେତୁ ତାକୁ ଇଣ୍ଟେନ୍ସିଭ କେୟାରରେ ରଖାଯାଇଥିଲା। ହେୟାର ଡ୍ରାଏର କାରଣରୁ ଶିଶୁର ବାମ ଗୋଡ଼ରେ ଗରମ ପବନ ବାଜି ଜଳି ଯାଇଥିଲା। ଏହି ମାମଲାରେ ଦୁଇଜଣ ନର୍ସଙ୍କୁ ଦୋଷୀ ସାବ୍ୟସ୍ତ କରିବା ଜେଲ ପଠା ଯାଇଥିଲା।

ସମ୍ବନ୍ଧିତ ଖବର