ମାସର ୪ଦିନ ମହିଳାଙ୍କୁ ପଶୁଙ୍କ ସହିତ ବିତାଇବାକୁ ପଡ଼ିଥାଏ ରାତି

ନୂଆଦିଲ୍ଲୀ : ପୃଥିବୀର ପ୍ରାୟ ସମସ୍ତ ସ୍ଥାନରେ ମହିଳା ଏବଂ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି। ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ନିୟମ ଅଧିକ ଶକ୍ତ ଏବଂ କଠିନ ହୋଇଥାଏ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ସମସ୍ତ ସ୍ଥାନରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ତେବେ ଭାରତରେ ଏହି ଭେଦଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ ଥିବା ବାଗେଶ୍ୱର ଜିଲ୍ଲାର ମଲ୍ଲାଦାନପୁର ଗ୍ରାମରେ । ଏଠାରେ ପ୍ରତ୍ୟେକ ମାସର ଚାରି ଦିନ ମହିଳାଙ୍କୁ ପଶୁଙ୍କ ସହ ବିତାଇବା ପାଇଁ ପଡ଼ିଥାଏ । ଆସନ୍ତୁ ଜାଣିବା ଏହା ପଛର ପ୍ରକୃତ କାହାଣୀ ।

.rochakpost

ସୂଚନା ଅନୁଯାୟୀ , ମଲ୍ଲାଦାନପୁର ଗ୍ରାମରେ ମସିିକଧର୍ମ ସମୟରେ ମହିଳାଙ୍କ ସହିତ ପଶୁ ଭଳି ବ୍ୟବହାର କରାଯାଇଥାଏ । ଏପରିକି ତାଙ୍କୁ ପଶୁଙ୍କ ସହିତ ରହିବା ପାଇଁ କୁହାଯାଇଥାଏ । ମହିଳାଙ୍କୁ ମାସିକଧର୍ମର ଚାରି ଦିନ ପଶୁଙ୍କ ଗୁହାଳରେ ରାତି ବିତାଇବାକୁ ପଡ଼ିଥାଏ । ଏହି ଗ୍ରାମର ଅଧିବାସୀ କେବଳ ଶିକ୍ଷିତ ନୁହଁନ୍ତି, ଅନେକ ବିଦେଶରେ ମଧ୍ୟ କାର୍ଯ୍ୟରତ ଅଛନ୍ତି । କିନ୍ତୁ ଏହା ପରେ ମଧ୍ୟ ଏହି ଗ୍ରାମରେ ମହିଳାଙ୍କ ପ୍ରତି ଏପରି ନିମ୍ନରୁଚିର ଆଚରଣ କରାଯାଇଥାଏ । ଏହି ଗ୍ରାମଟି ହିମାଚଳ ପ୍ରଦେଶରେ ଅବସ୍ଥିତ ହୋଇଥିବାରୁ ୮ମାସ କାଳ ବହୁତ ଥଣ୍ଡା ପଡ଼ିଥାଏ । ଏହି ପରିସ୍ଥିତିରେ ମଧ୍ୟ ମହିଳାମାନେ ମାସିକ ଧର୍ମ ସମୟରେ କମ ଗରମ ପୋଷାକ ସହିତ ପଶୁ ଗୁହାଳରେ ନଡ଼ା ଉପରେ ଶୋଇଥାନ୍ତି। ପଶୁଙ୍କ ସହ ଖାଲି ଯେ ରାତି ବିତାଇବାକୁ ପଡ଼ିଥାଏ ତାହା ନୁହଁ ବରଂ ଦିନବେଳେ ମଧ୍ୟ ତାଙ୍କର ଗୃହ ମଧ୍ୟକୁ ପ୍ରବେଶ ନିଷେଧ ରହିଥାଏ।

ସମ୍ବନ୍ଧିତ ଖବର