କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପସନ୍ଦ ଓଡ଼ିଶାର ଶାଢ଼ି !

ନୂଆଦିଲ୍ଲୀ: ଆଜି ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ତେବେ ନିର୍ମଳାଙ୍କୁ ଓଡ଼ିଶାର ସମ୍ବଲପୁରୀ ଶାଢ଼ି ଖୁବ ଭଲ ଲାଗେ | ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ନିର୍ମଳାଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା | ଦାୟିତ୍ୱ ନେବାର ଦିନକ ପରେ ସମ୍ବଲପୁରୀ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଥିଲା |

କିଭଳି ଅନ୍ୟ ଶାଢ଼ିଠାରୁ ଭିନ୍ନ ସମ୍ବଲପୁରୀ ଶାଢ଼ି
ରଙ୍ଗର ପସରା ମେଲାଇ ଭିନ୍ନ ଭିନ୍ନ ଡିଜାଇନର ଶାଢ଼ି ପ୍ରସ୍ତୁତ କରନ୍ତି ପଶ୍ଚିମ ଓଡ଼ିଶାର ଅନେକ ବୁଣାକାର | ମେସିନ ଯୁଗରେ ମେସିନ କିନ୍ତୁ ହାର ମାନିଯାଏ ବୁଣାକାରଙ୍କ ହାତ ସାମ୍ନାରେ | ବୁଣାକାରଙ୍କ କହିବା କଥା ସମ୍ବଲପୁରୀ ଶାଢ଼ି ଏଠାକାର ଲୋକଙ୍କର ମୁଖ୍ୟ ଆୟ ପାଲଟିଛି | କେବଳ ମୁଖ୍ୟ ଆୟ ପାଲଟିନି ବରଂ ତାଙ୍କ ଗାଁକୁ ପରିଚୟ ବି ଦେଉଛି | ଗୋଟିଏ ଶାଢ଼ି ପ୍ରସ୍ତୁତ କରିବାକୁ କେବେକେବେ ତିରିଶରୁ ଚାଳିଶ ଦିନ ବି ଲାଗିଯାଇଥାଏ |

Photo-Betterindia

ସମ୍ବଲପୁରୀ ଶାଢ଼ିକୁ ସେତେବେଳେ ଅଧିକ ଖ୍ୟାତି ମିଳିଥିଲା ଯେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ | ନୀଳନୟନା ତଥା ବଚ୍ଚନ ପରିବାରର ବୋହୁ ଐଶ୍ଵର୍ଯ୍ୟା ରାୟ ବି ସମ୍ବଲପୁରୀ ଶାଢ଼ି ପିନ୍ଧିବାକୁ ଖୁବ ପସନ୍ଦ କରନ୍ତି | ପାରମ୍ପରିକ ସମ୍ବଲପୁରୀ ଶାଢ଼ିରେ ଶଙ୍ଖ,ଚକ୍ର, ଫୁଲର ବ୍ୟବହାର ହେଉଥିବାବେଳେ ଏବେ ପଶୁ-ପକ୍ଷୀ, କିଛି କବିତାର ପଂକ୍ତି ବି ବ୍ୟବହାର କରାଯାଉଛି |

Photo-Betterindia

ପାଞ୍ଚ ସହ ଟଙ୍କାରୁ ଆରମ୍ଭ କରି ପଚାଶ ହଜାର ତାଙ୍କ ଯାଏଁ ଶାଢ଼ି ମିଳୁଥିବାବେଳେ ଶାଢ଼ିକୁ ନେଇ କରାଯାଇଥିବା ପରିଶ୍ରମ ଓ ସୁତାର ଗୁଣବତ୍ତା ଉପରେ ନିର୍ଭର କରିଥାଏ | ବୁଣାକାରମାନଙ୍କ କହିବା ମୁତାବକ ବେଳେବେଳେ ଦିଲ୍ଲୀ-ମୁମ୍ବାଇରୁ ଅର୍ଡର ମିଳିଥାଏ | ଏହି କଳା କେବଳ ଜୀବିକା ଅର୍ଜନର ସାଧନ ପାଲଟିନାହିଁ ବରଂ ନିଜ ଗାଁର ପରିଚୟ ସୃଷ୍ଟି ମଧ୍ୟ ହୋଇଛି |

ସମ୍ବନ୍ଧିତ ଖବର