ପୋଷା କୁକୁର ରଖିବା ଦ୍ୱାରା ଆୟୁ ବଢ଼ିଥାଏ, ହୃଦ୍‌ରୋଗ ଆଶଙ୍କା ହ୍ରାସପାଏ

ନୂଆଦିଲ୍ଲୀ : ସଂପ୍ରତି ଏକ ଗବେଷଣାରୁ ଜଣାଯାଇଛି ପୋଷା କୁକୁର ପାଳିବା ଦ୍ୱାରା ସମୟ ମଣିଷର ଆୟୁ ବଢ଼ିଥାଏ। ଗତ ୧୨ ବର୍ଷ ଧରି ଏକୁଟିଆ ରହୁଥିବା ଏବଂ ପୋଷା କୁକୁର ରଖିଥିବା ବୃଦ୍ଧାମାନଙ୍କ ମଧ୍ୟରେ ମୃତ୍ୟୁ ହାର ୩୩ ପ୍ରତିଶତ କମ ହୋଇଥାଏ ବୋଲି ଏକ ଗବେଷଣାରୁ ପ୍ରମାଣିତ ହୋଇଛି। ବର୍ତ୍ତମାନ ସବୁଠାରୁ ଅଧିକ ଲୋକ ହୃଦଘାତର ଶିକାର ହେଉଛନ୍ତି । ଅତ୍ୟଧିକ ଚିନ୍ତା ହୃଦଘାତର କାରଣ ବୋଲି ପ୍ରମାଣିତ ହୋଇଛି। ପୋଷା କୁକୁର ପାଳିବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇ ମନ ଉତଫୁଲ୍ଲ ରହିଥାଏ। ବ୍ରିଟେନରେ ପୋଷା କୁକୁର ରଖିଥିବା ମାଲିକଙ୍କର ଆୟୁ ସାଧାରଣ ଭାବେ ଅଧିକ ହେଉଥିବା ଜଣାଯାଇଛି। ପୋଷା କୁକୁର ଦ୍ୱାରା ଏକୁଟିଆ ରହୁଥିବା ବ୍ୟକ୍ତିଙ୍କ ମନ ଖୁସି ରହିଥାଏ । କୁହାଯାଏ କି ମାନସିକ ଏବଂ ହୃଦ ରୋଗ ଖୁସି ରହିବା ଦ୍ୱାରା ବହୁ ମାତ୍ରାରେ କମ ହୋଇଥାଏ।ମାଲିକକୁ ଏକ ଅଭୁତ ବନ୍ଧନରେ ବାନ୍ଧିଥାଏ ପୋଷା କୁକୁର। କୁକୁର ସାଥିରେ ଚଲାବୁଲା କରିବା ସହ ବ୍ୟାୟାମ କରିବା ଉତ୍ସାହ ପ୍ରଦାନ ହୋଇଥାଏ। ୪୦ରୁ ୮୦ ବର୍ଷ ବୟସ ଭିତରର ବ୍ୟକ୍ତିଙ୍କ ପାଖରେ ପୋଷା କୁକୁର ଥିଲେ ହୃଦ ଜନିତ ରୋଗର ଆଶଙ୍କା କମ ହୋଇଥାଏ। ଏହା ସ୍ୱିଡେନର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି। ଏହି ଗବେଷଣାର ସମସ୍ତ ରିପୋର୍ଟ ‘ସାଇନଟିଫିକ ରିପୋର୍ଟ’ ପ୍ରତିକାରେ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର