ବ୍ୟାଚଲର ପାର୍ଟି କରିବାକୁ ଯାଇଥିବା ଯୁବକଙ୍କୁ ‘ପେଡ୍‌ ସେକ୍ସ’ ପାଇଁ ମଗାଗଲା ଆଧାରକାର୍ଡ, ଘଟଣା କ’ଣ ଜାଣନ୍ତୁ

ପଣଜି: କେନ୍ଦ୍ରସରକାର ବ୍ୟାଙ୍କଠାରୁ ମୋବାଇଲ କମ୍ପାନି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଯାଇଛି। ତେବେ ଏହି ନିୟମ ପରେପରେ ଗୋଆରେ ଏକ ନୂତନ ନିୟମ ଲାଗୁ ହୋଇଛି ବୋଲି ଜାଣିବାକୁ ମିଳିଛି। ଗୋଆରେ ଲାଗୁ ହୋଇଥିବା ନୂତନ ନିୟମ ଅନୁଯାୟୀ, ଏଣିକି ‘ପେଡ୍‌ ସେକ୍ସ’ ପାଇଁ ବି ଆଧାରକାର୍ଡ ମାଗା ଯାଉଛି। ତେବେ ଦିଲ୍ଲୀର ପାଞ୍ଚଜଣ ଯୁବକ ପ୍ରଥମେ ଏହି ନିୟମ ସମ୍ପର୍କରେ ଅବଗତ ହୋଇଥିଲେ।

କିଛିଦିନ ପୂର୍ବେ ଦିଲ୍ଲୀର ୫ଜଣ ଯୁବକ ବ୍ୟାଚଲର ପାର୍ଟି ପାଇଁ ଗୋଆ ଯାଇଥିଲେ। ଗୋଆରେ ପହଞ୍ଚି ଏକ ନମ୍ବରରେ ୫ଜଣ ସାଙ୍ଗ କଲ କରିଥିଲେ। ବ୍ୟାଚଲର ପାର୍ଟିକୁ ଅଧିକ ରୋମାଞ୍ଚଭରା କରିବା ପାଇଁ ସେମାନେ ସେହି ନମ୍ବରରେ କଲ କରି ୫ଜଣ ଯୁବତୀ ଆବଶ୍ୟକ ବୋଲି ଦଲାଲଙ୍କୁ କହିଥିଲେ। ପାଞ୍ଚଜଣ ଯୁବକ ନର୍ଥ ଗୋଆ ନିକଟସ୍ଥ ସମୁଦ୍ର କୂଳ ପାଖରେ ଏକ ହୋଟେଲରେ ରହିଥିଲେ। ସେ ଯେଉଁ ନମ୍ବରରେ ଦଲାଲଙ୍କୁ ଫୋନ୍‌ କରିଥିଲେ ସେହି ନମ୍ବରରେ କିଛି ସମୟରେ ପରେ ଫୋନ୍‌ ଆସିଲା।

ଦଲାଲ ପାଞ୍ଚଜଣ ଯୁବକଙ୍କ ପ୍ରଥମେ ନାମ, ଠିକଣା ଓ ହୋଟେଲ ଆଦିର ସମ୍ପୂର୍ଣ୍ଣ ସୂଚନା ନେଇ ଯାଞ୍ଚ କରିଥିଲା। ଦଲାଲଙ୍କ ଏହି ୫ଜଣ ଯୁବକଙ୍କୁ ଯାଞ୍ଚ କରିବା କାରଣ ଥିଲା, ଏମାନେ ପୁଲିସ କିମ୍ବା ପୁଲିସ ପଠାଇଥିବା ଲୋକ ନୁହନ୍ତି ତ! ସମସ୍ତ ଯାଞ୍ଚ କରି ସାରିବା ପରେ ୫ଜଣ ଯୁବକଙ୍କୁ ହୋଟେଲ ରୁମ୍‌ର ଚାବି ସହିତ ଆଧାରକାର୍ଡକୁ ହ୍ଵାଟସ୍‌ ଆପ୍‌ରେ ପଠାଇବା ପାଇଁ କହିଥିଲା। କାରଣ ତାଙ୍କୁ ସର୍ବଦା ପୁଲିସ ହାତରେ ଧରାପଡ଼ିଯିବାର ଭୟ ଥାଏ।

ଦିଲ୍ଲୀରୁ ଯାଇଥିବା ୫ଜଣ ଯୁବକଙ୍କ ପାଇଁ ଏହା ବିଚିତ୍ର ଥିଲା। ସେମାନେ ଦଲାଲ କଥା ଶୁଣି ଭୟ କରିଥିଲେ। କିନ୍ତୁ ଦଲାଲ ସେମାନଙ୍କୁ ହୋଟେଲରେ ପୁଲିସ ଛଡ଼ା ଅନ୍ୟ କୌଣସି ପ୍ରକାର ଭୟ ନାହିଁ ବୋଲି ଅବଗତ କରାଇ ଦେଇଥିଲେ। କାରଣ ଏବେ ଦେହବ୍ୟବସାୟ ଉପରେ କଡାକଡ଼ି ନିୟମ ଲାଗୁ ହୋଇଛି। ପୁଲିସକୁ ଏଭଳି ବ୍ୟବସାୟ ଉପରେ ତିଳେ ମାତ୍ର ସନ୍ଦେହ ହେଲାମାତ୍ରା ଚଢ଼ାଉ ଆରମ୍ଭ କରି ଦେଇଥାଏ।

ସମ୍ବନ୍ଧିତ ଖବର