ପ୍ରାଚୀନ ଚିକିତ୍ସା ପଦ୍ଧତିରେ ନୂଆ ନାକ ସୃଷ୍ଟି କଲେ ଚିକିତ୍ସକ!

ନିକଟରେ ଏକ ବିରଳ ଅସ୍ତ୍ରୋପଚାର  କରାଯାଇଛି , ଯେଉଁଥିରେ ଭାରତୀୟ ପ୍ରାଚୀନ ବିଦ୍ୟାର ପ୍ରୟୋଗ କରାଯାଇଥିଲା। ୧୮ ବର୍ଷୀୟ  କୋମଲ  ଧାଲେ  ଜନ୍ମ  ହେବାବେଳେ  ତାଙ୍କ  ନାକର ହାଡ଼  ନ ଥିଲା । ଅହମ୍ମଦ ନଗରରେ  ତାଙ୍କର  ଦୁଇ ଦୁଇ ଥର  ଅସ୍ତ୍ରୋପଚାର  କରାଯାଇ  ନୂଆ ନାକ  ସୃଷ୍ଟି ପାଇଁ  ପ୍ରଚେଷ୍ଟା ହୋଇଥିଲା । କିନ୍ତୁ ତାହା  ସଫଳ  ହୋଇ ନଥିଲା ।  ଏଣୁ କୋମଲ  ନିଜକୁ  ଖୁବ୍‌  ଅସହଜ  ମନେ  କରୁଥିଲେ ଏବଂ ସର୍ବସାଧାରଣ ସ୍ଥାନକୁ ଯିବା ଲାଗି  ମଧ୍ୟ କୁଣ୍ଠାବୋଧ  କରୁଥିଲେ ।

ତଥାପି  କୋମଲଙ୍କ ପରିବାର  ଆଶା ଛାଡ଼ି ନଥିଲେ । ତାଙ୍କ  ପରିବାର  ଜଣେ ବରିଷ୍ଠ  ପ୍ଲାଷ୍ଟିକ୍‌  ସର୍ଜନ୍‌ ଡାକ୍ତର ନିତିନ ମୋକଲ୍‌ଙ୍କ ପାଖକୁ  ଯାଇ ଏ ବିଷୟରେ  ଆଲୋଚନା କରିଲେ ।  ସବୁ କଥା  ଶୁଣିବାପରେ  ଡାକ୍ତର ନିନିତ କୋମଲଙ୍କ  ଚିକିତ୍ସା କରି  ତାଙ୍କ  ନାକ ସୃଷ୍ଟି କରିବା ଲାଗି ରାଜି ହୋଇଥିଲେ ।  ସେ ରାଜା  ସରକାରଙ୍କ ଦ୍ୱାରା  ପରିଚାଳିତ ଗୋକୁଳ ଦାସ ତେଜପାଲ ହସ୍ପିଟାଲରେ  କୋମଲଙ୍କ ଚିକିତ୍ସା କରିଲେ ।

photo-thebetterindia

ଡାକ୍ତର  ନିତିନ ନୂତନ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିକୁ ନ ଆପଣାଇ , ୫୦୦ ବର୍ଷ ତଳର ପ୍ରାଚୀନ ଶୁଶ୍ରୂତଙ୍କ  ଚିକିତ୍ସା ପଦ୍ଧତି ଯୋଗରେ କାର୍ଯ୍ୟ  ଆରମ୍ଭ କରିଲେ ।  ସୁଶ୍ରୁତଙ୍କୁ କୁହାଯାଏ ଅସ୍ତ୍ରୋପଚାର ର ପିତା ବୋଲି କୁହାଯାଏ । ଡାକ୍ତର ନିନିତ  ସୁଶ୍ରୁତ ସଂହିତାରୁ  ନାକ  ପୁର୍ନଗଠନର ପ୍ରକ୍ରିୟାକୁ ଅନୁସରଣ  କରି  ଚିକିତ୍ସା  କରିଲେ । ସେ  କୋମଲଙ୍କ ଗାଲରୁ ତ୍ୱଚା  କାଟି ସେଥିରେ  ଦୁଇଟି  ଟିଉବ୍‌  ଭର୍ତ୍ତି କଲେ ।  ତା’ଉପରେ ସେ  ସଫା କପଡାରେ ଡ୍ରେସିଂ  କରିଲେ । ଏହା ଦ୍ୱାରା  ନୂଆ ନାକ  ତିଆରି ହେବ ବୋଲି  ସେ ମନେ କଲେ ।

ଏହାପରେ  କୋମଲଙ୍କୁ  ବେଶ କିଛି  ସପ୍ତାହ ଧରି  ସେହି ସ୍ଥିତିରେ ରହିବାକୁ  ପଡିଲା ।  ନାକ  େଓଟ୍‌  ହେବାକୁ ସମୟ  ଲାଗିଲା ।  ମୁହଁ ସହିତ  ସେହି ତ୍ୱଚା ସଂପୂର୍ଣ୍ଣ ରୂପେ  ମିଶିବା ପରେ ତାହା  ସେଥିରୁ ଅଲଗା ହେଲା ଓ ନାକର ଗଠନ  ସମ୍ଭବ  ହେଲା ।

ଡାକ୍ତର ନିତିନଙ୍କ ଅନୁଯାୟୀ ଏହି  ଅସ୍ତ୍ରୋପଚାର  ପ୍ରକ୍ରିୟା ଅତି ସହଜ  ଓ  ପ୍ରାକ୍ଟିକାଲ ନୁହେଁ  । କିନ୍ତୁ  ଏହି ପଦ୍ଧତି  ସଫଳ ହେଲା ।କୋମଲଙ୍କୁ ଅଗଷ୍ଟ  ୨୯ ତାରିଖରେ  ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା ।  ଏହି ଅସ୍ତ୍ରୋପଚାର  ପଦ୍ଧତି ଚାରଟି  ପର୍ଯ୍ୟାୟରେ ଶେଷ  ହୋଇଥିଲା ଏବଂ ଏଥିପାଇଁ  ପ୍ରାୟ  ତିନି ମାସ  ସମୟ  ଲାଗିଥିଲା ।

ବମ୍ବେ ହସ୍ପିଟାଲର ବରିଷ୍ଠ  ପ୍ଲାଷ୍ଟିକ୍‌   ସର୍ଜନ  ଡକ୍ଟର ବିନୟ  ଜାକୋବ୍‌  କହିଛନ୍ତି ଯେ  ସେ ତାଙ୍କ  ଜୀବନକାଳ   ଭିତରେ  ଏଭଳି  ବିରଳ  ଅସ୍ତ୍ରୋପଚାର  ଦେଖି ନାହାନ୍ତି  କି ଶୁଣି  ନାହାନ୍ତି ।  ଏହି ପଦ୍ଧତି ସଂପର୍କରେ  ସେ ପ୍ଲାଷ୍ଟିକ୍‌  ସର୍ଜରି ପାଠ୍ୟ  ପୁସ୍ତକରେ ପଢିଥିଲେ  ବି ତାହା  ସହଜସାଧ୍ୟ  ନୁହେଁ ବୋଲି  ଅନୁମାନ  କରୁଥିଲେ ।  ସେ  କହିଛନ୍ତି ଯେ  ଇତିହାସର ପୁନରାବୃତ୍ତି  ଘଟିଛି ।

ସମ୍ବନ୍ଧିତ ଖବର