ପାର୍ବତୀଙ୍କ ସ୍ୱପ୍ନର ଘରକୁ ଛଡ଼ାଇ ନେଇ ରାବଣ କରିଥିଲେ ସ୍ୱର୍ଣ୍ଣିମ ଲଙ୍କା: ହନୁମାନ ନୁହେଁ, ପାର୍ବତୀଙ୍କ ପାଇଁ ହୋଇଥିଲା ଲଙ୍କା ଭସ୍ମ

ପିଲାଦିନେ ରାମାୟଣର ଆଉ କିଛି ଭାଗ ଶୁଣନ୍ତୁ କି ନଶୁଣନ୍ତୁ ନିଜ ଜେଜେ- ଜେଜେମାଆଙ୍କ ମୁହଁରୁ ଲଙ୍କା ପୋଡ଼ି ବିଷୟରେ ନିଶ୍ଚୟ ଶୁଣିଥିବେ। ରାମଙ୍କ ପରମ ଭକ୍ତ ହନୁମାନ ରାବଣର ଦ୍ୱାରରେ ପହଞ୍ଚି ମାଆ ସୀତାଙ୍କୁ ସସମ୍ମାନେ ଫେରାଇବା ପାଇଁ କହିଥିଲେ ବି ଟିକେ ବି ଖାତିର କରିନଥିଲେ ଲଙ୍କେଶ ରାବଣ। ଓଲାଟା ହନୁମାନଙ୍କୁ ଅପମାନିତ କରି ତାଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଲାଙ୍ଗୁଡ଼ରେ ଲାଗିଥିବା ନିଆଁ ସାହାଯ୍ୟରେ ପୂରା ଲଙ୍କା ଜାଳି ଦେଇଥିଲେ ହନୁମାନ। ମାତ୍ର ଏହି କଥା ପଛରେ ରହିଛି ଆହୁରି ଏକ କଥା।

ଗୋଟାଏ ଯୁଗ ପୂର୍ବରୁ ମାଆ ପାର୍ବତୀ ନିଜର ଏକ ସୁନ୍ଦର ସ୍ୱର୍ଣ୍ଣ ଘର କରିବାକୁ ଚାହିଁଲେ। ପାର୍ବତୀଙ୍କ ଇଚ୍ଛାକୁ ସମ୍ମାନ ନେଇ ଶିବ ଏକ ବିରାଟ ଅଞ୍ଚଳ ନେଇ ସ୍ୱର୍ଣ୍ଣ ଘରଟିଏ ତିଆରିଲେ। ଗୃହ ପ୍ରତିଷ୍ଠା ପାଇଁ ସବୁ ଦେବାଦେବୀଙ୍କୁ ନିମନ୍ତ୍ରଣ କଲେ। ଗୃହ ପୂଜା ପାଇଁ ରାବଣଙ୍କୁ ବରଣ କଲେ। ରାବଣ ଆସି ଉକ୍ତ ସ୍ୱର୍ଣ୍ଣିମ ଘରକୁ ଦେଖିବା ପରେ ଲୋଭ ସମ୍ଭାଳି ପାରିଲେ ନାହିଁ। ପୂଜା ସରିବା ପରେ ଶିବ ରାବଣଙ୍କୁ ଦକ୍ଷିଣା ଦେବାକୁ ଆସିବେ। କ’ଣ ନେବେ ବୋଲି ରାବଣଙ୍କୁ ପଚାରିବା ମାତ୍ରେ ସେହି ଘରଟିକୁ ଦକ୍ଷିଣା ବାବଦରେ ମାଗି ପକାଇଲେ ରାବଣ। ରାବଣଙ୍କର ଏପରି ନୀଚ ପ୍ରକୃତିରେ କ୍ଷୁବ୍ଧ ହୋଇ ମାଆ ପାର୍ବତୀ ତାଙ୍କୁ ଅଭିଶାପ ଦେଇଥିଲେ। ମୋ ସ୍ୱାମୀଙ୍କ ଘରକୁ ଛଡ଼ାଇ ଯେପରି ଭାବେ ନିଜର କରିଛି ସେହିପରି ଭାବେ ମୋ ସ୍ୱାମୀଙ୍କ ହାତରେ ହିଁ ସେ ଘର ଜଳିପୋଡ଼ି ପାଉଁଶ ହୋଇଯିବ। ଯୋଗକୁ ପରବର୍ତ୍ତୀ ମୁହୂର୍ତ୍ତରେ ଶିବ ହନୁମାନ ଜନ୍ମ ନେଇ ମାଆ ପାର୍ବତୀଙ୍କ ବଚନ ରକ୍ଷା କରିଥିଲେ।

ସମ୍ବନ୍ଧିତ ଖବର