ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ଏବେ ବିକ୍ରି ହେଉଛି ବୋତଲରେ ଶୁଦ୍ଧ ପବନ, ଲିଟର ହିସାବରେ ଦେବାକୁ ପଡ଼ିବ ଦାମ୍!

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ। ବର୍ତ୍ତମାନ ଦିଲ୍ଲୀ ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ଉଭା ହୋଇଛି । ଏବେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍କଟଜନକ। ଦିଲ୍ଲୀର ପ୍ରଦୂଷଣ ଏବେ ଏତେ ଉତ୍କଟ ହୋଇଛି ଯେ ଲୋକଙ୍କୁ କବାଟ ଝରକା ବନ୍ଦ କରି ରହିବା ପାଇଁ ପରାମର୍ଶ ଦିଆଯାଉଛି । ପ୍ରଦୂଷଣ ଯୋଗୁଁ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଏଭଳି ପରିସ୍ଥିତିରେ ପ୍ରଦୂଷଣ କମାଇବା ପାଇଁ ବିଭିନ୍ନ ବିକଳ୍ପ କଥା ଚିନ୍ତା କରାଯାଉଛି ।

ବଢ଼ୁଥିବା ପ୍ରଦୂଷଣକୁ ଯାଗୁଁ ଦିଲ୍ଲୀର ପବନ ପ୍ରତିଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ରାଜଧାନୀରେ ଏୟାର କ୍ୱାଲିଟି ଇନଡେକ୍ସ ଗମ୍ଭୀର ହେବାକୁ ଲାଗିଛି । ଯଦ୍ୱାରା ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି । ଏପରି ପରିସ୍ଥତିରେ ବିଶୁଦ୍ଧ ତଥା ତାଜା ପବନ ପାଇବା ମୁସ୍କିଲ ହୋଇପଡ଼ୁଛି । ତେବେ ଏଥିପାଇଁ ଆଉ ଦିଲ୍ଲୀବାସୀଙ୍କୁ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ। ତେବେ ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ । ଏବେ ଏପରି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କିଛି କମ୍ପାନୀ ଶୁଦ୍ଧ ପବନ ବିକ୍ରି କରୁଛନ୍ତି । ଅନ୍ୟ ସାମଗ୍ରୀ ପରି ଅନଲାଇନରେ ଆପଣ ଶୁଦ୍ଧ ପବନ ଘରକୁ ମଗାଇପାରିବେ ଏବଂ ପ୍ରଦୂଷଣରୁ ମୁକ୍ତି ପାଇପାରିବେ ।

 

ସୂଚନା ଅନୁସାରେ ପବନ ଲିଟର ହିସାବରେ ମିଳବ । ତେବେ ବର୍ତ୍ତମାନ ଶୁଦ୍ଧ ପବନ କେବଳ ଅନଲାଇନରେ ହିଁ ଉପଲବ୍ଧ। କମ୍ପାନୀ ଗୁଡ଼ିକ ଖୁବ ଶୀଘ୍ର ମାର୍କେଟ ଆଣିବା ପାଇଁ ପ୍ରୟାସ କରୁଛନ୍ତି । ଏକ ଭାରତୀୟ କମ୍ପାନୀ ଉତ୍ତରାଖଣ୍ଡର ପାହାଡ଼ି ଅଂଚଳର ଶୁଦ୍ଧ ପବନ ବିକ୍ରି କରୁଛି । ୧୦ ଲିଟର ଶୁଦ୍ଧ ପବନର ମୂଲ୍ୟ ରହିଛି ୫୫୦ ଟଙ୍କା । କମ୍ପାନୀ ଉତ୍ତରାଖଣ୍ଡର ଚମୋଲୀର ଶୁଦ୍ଧ ପବନ ବିକ୍ରି କରୁଛି । ଅନ୍ୟପଟେ ଅଷ୍ଟ୍ରେଲିଆର ଏକ କମ୍ପାନୀ ଦୁଇଟି ଆକାରରେ ନିଜ ବୋତଲ ଲଂଚ କରିଛନ୍ତି । ଏହାର ମୂଲ୍ୟ ୧୪୯୯ ଟଙ୍କା ରହିଛି । ଅନ୍ୟପଟେ କମ୍ପାନୀ ୧୫ ଲିଟର ପବନ ଯୁକ୍ତ ଏକ ଅନ୍ୟ ବୋତଲ ବିକ୍ରି ହେଉଛି । ଯାହାର ମୂଲ୍ୟ ରହିଛି ୧୯୯୯ ଟଙ୍କା ।

ସମ୍ବନ୍ଧିତ ଖବର