ଏଣିକି ମୃତକଙ୍କ ସମ୍ପର୍କୀୟମାନେ ପାଇବେ ନି ଆଘାତ, କଟା ନଯାଇ ବି ହେବ ଶବ ବ୍ୟବଚ୍ଛେଦ, ପ୍ରସ୍ତୁତ ହେଉଛି ନୂଆ ପଦ୍ଧତି

ନୂଆଦିଲ୍ଲୀ: ଯଦି କାହାର ଦୁର୍ଘଟଣାରେ କିମ୍ବା କେହି ଆତ୍ମହତ୍ୟା କରି ଦିଏ, ସେହି ବ୍ୟକ୍ତିଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇଥାଏ। ଏହି ସମୟରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଉପରେ କ’ଣ ବିତି ଥାଏ ତାହା ଅନୁମାନ ଲଗାଇବା ବି କଷ୍ଟକର ହୋଇଥାଏ। ଓଟୋପ୍ସି ଏମିତି ଏକ ପ୍ରକ୍ରିୟା, ଯାହା ଦ୍ୱାରା ମୃତଦେହ ଶରୀରକୁ କଟା ଯାଇ ଭିତର ଓ ବାହାର ଅଙ୍ଗକୁ ଯାଞ୍ଚ କରି ଜଣା ପଡ଼ିଥାଏ କି ଉକ୍ତ ବ୍ୟକ୍ତଟିର ମୃତ୍ୟୁ କିଭଳି ଭାବେ ହୋଇଥିଲା। ଏଥିପାଇଁ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇ ନଥାଆନ୍ତି। ଏବେ କିନ୍ତୁ ମୃତଦେହ ସହିତ ଏମିତି ହେବ ନାହିଁ।

ଏମ୍ସ ଓ ଆଇସିଏମ୍‌ଆର୍‌ ଏମିତି ଏକ ଟେକ୍‌ନୋଲୋଜି ବାହାର କରିଛନ୍ତି, ଯେଉଁଥିରେ ଅଟୋପସିକୁ ଭୁର୍ଚଆଲ ଭାବେ ବ୍ୟବହାର କରାଯିବ। ଅର୍ଥାତ୍‌ ଏବେ ଅଟୋପସି ଜରିଆରେ ମୃତ ବ୍ୟକ୍ତିଙ୍କ ଶରୀରକୁ କଟାଯିବ ନାହିଁ କି ତାଙ୍କ ସମ୍ପର୍କୀୟଙ୍କ ଭାବନାକୁ ଆଞ୍ଚ ପହଞ୍ଚିବ ନାହିଁ।

ଏମ୍ସର ପ୍ରଫେସର ଓ ଫରେନ୍‌ସିକ୍‌ ମେଡିସିନ୍‌ର ଡାକ୍ତର ସୁଧୀର ଗୁପ୍ତାଙ୍କ କହିବାନୁସାରେ, କୌଣସି ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ସେମାନଙ୍କ ପରିବାର ଲୋକ ରାଜି ହୋଇ ନଥାଆନ୍ତି। କିନ୍ତୁ ଅଟୋପ୍‌ସି ପୁଲିସ ଯାଞ୍ଚର ଏକ ଅଭିନ୍ନ ପ୍ରକ୍ରିୟା ଅଟେ। ତେଣୁ ଏହାକୁ ଛଡା ବି ଯାଇ ପାରିବ ନାହିଁ। ସେଥିପାଇଁ ଡାକ୍ତର ଗୁପ୍ତା ଓ ତାଙ୍କ ଟିମ୍‌ ଇଣ୍ଡିୟନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକଲ ରିସର୍ଚ୍ଚ ସହିତ ମିଶି ଏକ ଏକ୍ସପେରିମେଣ୍ଟ କରିବାକୁ ଯାଉଛନ୍ତି। ଯେଉଁଥିରେ ଅଟୋପ୍ସିକୁ ଭର୍ଚୁଆଲ କନ୍‌ଡକ୍ଟ କରାଯିବ। ଏହି ପ୍ରକ୍ରିୟାକୁ ସୁଇଜରଲ୍ୟାଣ୍ଡ ବ୍ୟତୀତ ପଶ୍ଚିମ ଦେଶରେ ବି ଫଲୋ କରାଯାଉଛି।

ସମ୍ବନ୍ଧିତ ଖବର