ଏହି କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଦୈନିକ କମ୍ପାନି ମୁଖ୍ୟଙ୍କୁ ଚୁମ୍ବନ ଦେବାକୁ ପଡ଼ିଥାଏ

ନୂଆଦିଲ୍ଲୀ: ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ପାଇଁ କିଛି ସାଧାରଣ ନିୟମ ରହିଥାଏ । ଏହି ନିୟମ ଦ୍ୱାରା କାର୍ଯ୍ୟାଳୟରେ ଶୃଙ୍ଖଳା ବଜାୟ ରହିବା ସହ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସଠିକ୍‌ ଭାବେ ସଂପାଦନ ହୋଇଥାଏ । ତେବେ ନିକଟରେ ଚାଇନାର ଏକ କାର୍ଯ୍ୟାଳୟରେ କର୍ମଚାରୀଙ୍କ ପାଇଁ ଅଦ୍ଭୁତ ପ୍ରକାରର ନିୟମ ଦେଖିବାକୁ ମିଳିଛି। ଏଠାରେ ସକାଳେ କାର୍ଯ୍ୟାଳୟରେ ପ୍ରବେଶ କରିବା ମାତ୍ରେ କର୍ମଚାରୀଙ୍କୁ ନିଜ ମୁଖ୍ୟଙ୍କୁ ଚୁମ୍ବନ କରିବା ପାଇଁ ପଡ଼ିଥାଏ । ଏହି ନିୟମ ଦ୍ୱାରା କର୍ମଚାରୀଙ୍କ ସହ କର୍ଯ୍ୟାଳୟର ମୁଖ୍ୟଙ୍କ ସମ୍ବନ୍ଧ ସୁଦୃଢ଼ ରହିଥାଏ ବୋଲି କୁହାଯାଇଥାଏ ।

ପିପୁଲ ଡ଼େଲି ଚାଇନାର ରିପୋର୍ଟ ଅନୁଯାୟୀ , ଚାଇନାର ଏକ ଜଣାଶୁଣା କମ୍ପାନୀରେ ମହିଳା କର୍ମଚାରୀମାନଙ୍କୁ ଦୈନିକ ସକାଳ ୯ରୁ ୯.୩୦ ମଧ୍ୟରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ପଡ଼ିଥାଏ । କାର୍ଯ୍ୟାଳୟରେ ପହଞ୍ଚିବା ପରେ କମ୍ପାନି ମୁଖ୍ୟ ଏକ ଧାଡ଼ିରେ ସମସ୍ତ ମହିଳା କର୍ମଚାରୀଙ୍କୁ ଠିଆ କରାଇବା ସହ ତାଙ୍କୁ ଚୁମ୍ବନ କରିଥାନ୍ତି । ଏହି ନିୟମକୁ ଯେଉଁ କର୍ମଚାରୀ ମାନିବା ପାଇଁ ମନା କରନ୍ତି ତାଙ୍କୁ କାର୍ଯ୍ୟାଳୟରୁ ବାହାର କରାଯାଇଥାଏ । ଏହି କମ୍ପାନିର ମୁଖ୍ୟ ନିଜେ ଏହି ନିୟମକୁ ପ୍ରସ୍ତୁତ କରିଛନ୍ତି । ତାଙ୍କ ଅନୁଯାୟୀ ଏହା କରିବା ଦ୍ୱାରା କାର୍ଯ୍ୟାଳୟର ମୁଖ୍ୟ ଏବଂ ମହିଳା କର୍ମଚାରୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇଥାଏ ।

ସମ୍ବନ୍ଧିତ ଖବର