ଓଲା ଏଣିକି ନିଜର ୟୁଜର୍ସଙ୍କ ଯାତ୍ରା ସମୟରେ ବୀମା ସୁରକ୍ଷା ସୁବିଧା ଦେବ

ନିକଟରେ ଓଲା କ୍ୟାବ ନିଜର ୟୁଜର୍ସଙ୍କ ପାଇଁ ଏକ ବହୁତ ଭଲ ସେବାର ଶୁଭାରମ୍ଭ କରିବା ନେଇ ଘୋଷଣା କରିଛି । ଓଲା ନିଜର ଭାରତୀୟ ୟୁଜର୍ସଙ୍କ ପାଇଁ ‘ଇନ ଟ୍ରିପ ଇନସ୍ୟୁରାନ୍‌ସ ପ୍ରୋଗ୍ରାମ’ର ଲଂଚ କରିଛି।

ସୂଚନା ଅନୁସାରେ, ଓଲା ଏଣିକି ନିଜର ୟୁଜର୍ସଙ୍କ ଯାତ୍ରା ସମୟରେ ବୀମା ସୁରକ୍ଷାର ବିକଳ୍ପ ଦେବ। ଯାହାଦ୍ୱାରା ସହର ମଧ୍ୟରେ ଯାତ୍ରା କରୁଥିବା ୟୁଜର୍ସ ମାତ୍ର ୧ ଟଙ୍କା ପ୍ରିମିୟମରେ ବୀମା ସୁରକ୍ଷା ଭଳି ସୁବିଧା ପାଇପାରିବେ।

କଂପାନୀ ତରଫରୁ ସୂଚନା ମିଳିଛି କି, ଦେଶରେ ପାଖାପାଖି ୧୧୦ରୁ ଅଧିକ ସହରଗୁଡିକରେ ଏହି କାର୍ଯ୍ୟକ୍ରମ ଲଞ୍ଚ କରାଯିବା ନେଇ Eko General Insurance ଏବଂ ଆଇସିଆଇସିଆଇ Lombard General Insurance ସହ ହାତ ମିଳାଇଛି । ଏହି କାର୍ଯ୍ୟକ୍ରମ ଆଧାରରେ ପାଂଚ ଲକ୍ଷ ଟଙ୍କାର ବୀମା, ଫ୍ଲାଇଟ ମିସ ହେଲେ ଏବଂ ଜିନିଷ ହଜିଗଲେ କଭର ଭଳି ବିକଳ୍ପ ରହିଛି । ସହର ମଧ୍ୟରେ ପ୍ରତି ରାଇଡ ୧ ଟଙ୍କାରେ, ଓଲା ରିଟେଲ ପାଇଁ ୧୦ ଟଙ୍କା ଏବଂ ଓଲା ଆଉଟ୍‌ ଷ୍ଟେସନ ପାଇଁ ୧୫ ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଉପରେ ବୀମା ସୁରକ୍ଷା ନେଇ ପାରିବେ। ତେବେ ଏହି ସୁବିଧା କ୍ୟାବ,ଅଟୋ, ଏବଂ ଇ-ରିକ୍ସା ଭଳି ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ। ଆଗାମୀ ସପ୍ତାହରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର