ଆପଣଙ୍କ ନିକଟରେ ଏଭଳି କୌଣସି ନୋଟ୍‌ ରହିଛି କି? ଏହା ବଦଳରେ ହୋଇପାରିବେ ମାଲାମାଲ!

ଯଦି ଆପଣଙ୍କ ନିକଟରେ ଏଭଳି କୌଣସି ନୋଟ୍‌ ରହିଛି, ଯେଉଁଥିରେ କି ଭୁଲ ପ୍ରିଣ୍ଟିଂ କିମ୍ବା କୌଣସି ଦୁର୍ଲଭ ଭୁଲ ରହିଯାଇଛି ତେବେ ଏଥିପାଇଁ ଆପଣଙ୍କୁ ଟଙ୍କାର ବାସ୍ତବିକ ମୂଲ୍ୟଠାରୁ ବହୁ ଗୁଣା ଅଧିକ ଟଙ୍କା ମିଳିପାରେ। କାରଣ ଏଭଳି ନୋଟ୍‌ ଏବଂ କଏନର ମୂଲ୍ୟ ବଜାରରେ ଖୁବ୍‌ ଅଧିକ ରହିଛି। ଛପା ଯିବା ସମୟରେ ରହି ଯାଇଥିବା ନମ୍ବର, ସିରିଜ କିମ୍ବା କୌଣସି ଚିହ୍ନ ରହିଗଲେ ତେବେ ଏଭଳି ନୋଟ୍‌ ଆପଣଙ୍କୁ ମାଲାମାଲ କରିପାରେ। ଏହାବ୍ୟତୀତ ଯଦି କୌଣସି ପ୍ରାଚୀନ ନୋଟ୍‌ ଆପଣଙ୍କ ନିକଟରେ ରହିଛି ତେବେ ଏଥିପାଇଁ ମଧ୍ୟ ଅଧିକ ଟଙ୍କା ଆପଣଙ୍କୁ ମିଳିବ।

୧୦୦ ଟଙ୍କାର ଗୋଟିଏ ନୋଟ୍‌ ଯାହାକି ୧୦ ହଜାର ଟଙ୍କାର ମୂଲ୍ୟ ବହନ କରିଥାଏ

ଇକୋନମିକ୍ସ ଟାଇମ୍‌ସରେ ପ୍ରକାଶିତ ଖବର ଅନୁସାରେ, National Numismatik Exhibitionରେ ଦେଶରେ ଏବଂ ବିଶ୍ୱରେ ନୂଆ ପୁରୁଣା ମୁଦ୍ରାଗୁଡିକର ପ୍ରଦର୍ଶନୀ ଚାଲୁଛି । ଏହି ପ୍ରଦର୍ଶନୀ ଅଲ ଇଣ୍ଡିଆ ଫାଇନ ଆଟର୍ସ ଆଣ୍ଡ କ୍ରାଫ୍‌ଟ ସୋସାଇଟି ତରଫରୁ ଆୟୋଜନ କରାଯାଉଛି। ଏଥିରେ ମିଂଟ ତରଫରୁ ହେବାକୁ ଥିବା କରେନ୍‌ସି ଏରର ତଥା ଭୁଲ ଛପା ଯାଇଥିବା ନୋଟ୍‌ ଏବଂ କଏନର ଦାମ ବହୁତ ଅଧିକ ରହିଛି। ୧୦୦ ଟଙ୍କାର ଗୋଟିଏ ନୋଟ୍‌ ଯେଉଁଥିରେ ନମ୍ବର ନଥିବ, ଯାହାକି ପାଖାପାଖି ୧୦ ହଜାର ଟଙ୍କାର ମୂଲ୍ୟ ବହନ କରିଥାଏ। ଏଭଳି ପରିସ୍ଥିତିରେ ଦୁର୍ଲଭ କଏନ, ଯେଉଥିରେ ଉଭୟ ପାଶ୍ୱରେ ହେଡ୍‌ ଛପା ରହିଛି ତାର ଦାମ ୩ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ସିରିଜ ମୁତାବକ, ନୋଟର ବାସ୍ତବିକ ମୂଲ୍ୟଠାରୁ ବହୁ ଗୁଣା ଅଧିକ ମହଙ୍ଗା ଅଟେ।

ଦୁର୍ଲଭ ଭୁଲର ଅଧିକ ଦାମ

Numismatik Exhibition ମୁତାବକ, ଟଙ୍କାର ମୂଲ୍ୟ ନୋଟ୍‌ ଉପରେ ହିଁ ନିର୍ଭର କରିଥାଏ। ଯେତେ ବିରଳ ତଥା ଦୁର୍ଲଭ ନୋଟ୍‌ ରହିଥିବ ତାର ଦାମ ମଧ୍ୟ ସେତେ ଅଧିକ ରହିବ। ଏରର କରେନ୍‌ସି ଭଳି ହିଁ ଏରର କରେନ୍‌ସିର ମଧ୍ୟ ବଡ ବଜାର ରହିଛ। ପ୍ରିଣ୍ଟିଂରେ କୌଣସି ବି ପ୍ରକାରର ଭୁଲ ଲକ୍ଷାଧିକ ନୋଟ ମଧ୍ୟରୁ ଗୋଟିଏରେ ହିଁ ରହିଥାଏ । ସରକାର ଏହି ଭୁଲ ପ୍ରତିବଦଳରେ ଅନ୍ୟ କୌଣସି ନୋଟ ଛାପି ନଥାନ୍ତି । କିଛି ଭୁଲ ଏଭଳି ବି ରହିଛି ଯାହାକୁ ପୁଣି ଥରେ ସଂଶୋଧନ କରାଯାଇପାରିନଥାଏ।

ଏଭଳି ପରିସ୍ଥିତିରେ ଯେତେ ଅଧିକ ଦୁର୍ଲଭ ଭୁଲ ମିଳିବ ସେହି ନୋଟ୍‌ ସେତିକି ଉଚ୍ଚା ଦାମରେ ମିଳିବ।

କଏନ ଉପରେ ମିଳିବ ୩ରୁ ୫ ଲକ୍ଷ ଟଙ୍କା

ଭାରତରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ତଥା ୧୯୩୯ ବେଳକୁ ୧ ଟଙ୍କିଆ ସିଲଭର କଏନ ଛପା ବନ୍ଦ ହୋଇଯାଇଥିଲା। ସେହି ବର୍ଷ କଏନ ବହୁତ କମ ଲୋକଙ୍କ ନିକଟରେ ହିଁ ରହିଥିଲା। ଯାହାର ଦାମ ୨ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ପ୍ରଦର୍ଶନୀରେ ପାଖାପାଖି ୧୦୦ଟି ଦେଶର ନୋଟ୍‌ ଏବଂ ମୁଦ୍ରାର ପ୍ରଦଶନୀ କରାଯାଉଛି। ଏଥିରେ କଏନ ଜରିଆରେ ଦିଲ୍ଲୀର ଇତିହାସ ମଧ୍ୟ ଦର୍ଶାଯିବ।

ସମ୍ବନ୍ଧିତ ଖବର