ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ। ଏହାର ମୁଖ୍ୟ କାରଣ ପାଲଟିଛି ପୁରୁଣା ଯାନବାହନ। ଏହି ପୁରୁଣା ଯାନ ବାହନ ଦ୍ୱାରା ହେଉଥିବା ପ୍ରଦୂଷଣ ପରିବେଶ ପାଇଁ ଏକ ଚିନ୍ତାର ବିଷୟ ପାଲଟି ଗଲାଣି। ଏନେଇ ନୂଆ ଦିଲ୍ଲୀର ଏକ ଥିଙ୍କ ଟେକ ‘ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରମେଣ୍ଟ’ (ସିଏସଇ) ଦ୍ୱାରା ସୋମବାର ଦିନ ହୋଇଥିବା ଏକ ଅଧ୍ୟୟନରୁ ପରିବେଶ ପ୍ରଦୂଷଣକୁ ନେଇ ଏକ ମୂଲ୍ୟବାନ ତଥ୍ୟ ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହୋଇଥିବା ଅଧ୍ୟୟନରୁ ଜଣାପଡିଛି ପ୍ରତି ବର୍ଷ ପ୍ରାୟ ୪ କୋଟିରୁ ଅଧିକ ଗାଡି ସଂଖ୍ୟା ସଡକରେ ବଢିବାରେ ଲାଗିଛି। ସବୁଠାରୁ ବଡ କଥା ହେଉଛି ବାହାର ଦେଶରୁ ପୁରୁଣା ଗାଡି କିଣା ଯାଉଛି। ଯାହା ଫଳରେ ପ୍ରଦୂଷଣ ଅଧିକ ବଢିବାରେ ଲାଗିଛି। ନୂଆ ପୁରୁଣା ଗାଡି ଯେପରିକି କାରଗୁଡିକୁ ଜାପାନ, ଜର୍ମାନ, ଆମେରିକା, ଏବଂ ଦକ୍ଷିଣ କୋରିଆରୁ କିଣା ଯାଉଛି। ଠିକ ସେହିଭଳି ଭାରତ ଏବଂ ଚୀନରେ ସେକେଣ୍ଡ ହ୍ୟାଣ୍ଡ ଦୁଇ ଚକିଆ ଯାନର ସବୁଠାରୁ ବଡ ସୋରୁମ ରହିଛି।
ସିଏସଇର କାର୍ଯ୍ୟକାରୀ ନିର୍ଦେଶକ ଅନୁମିତା ରାୟ ଚୌଧୁରୀଙ୍କ କହିବା ଅନୁସାରେ, କମ ଅର୍ଥ ବ୍ୟବସ୍ଥା ଥିବା ଦେଶ ଗୁଡିକରେ ସେକେଣ୍ଡ ହ୍ୟାଣ୍ଡ ଗାଡି ବିକ୍ରିର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି। ଯଦି ଏହି ପ୍ରକ୍ରିୟା ଉପରେ କୌଣସି ପ୍ରତିବନ୍ଧକ ଲଗାନଯାଏ ତେବେ ପରିବେଶ ପ୍ରଦୂଷଣକୁ କେବେବି ରୋକାଯାଇ ପାରିବ ନାହିଁ।
ବାୟୁ ପ୍ରଦୂଷଣକୁ ରୋକିବା ନିମନ୍ତେ ଏବେ ବିଭିନ୍ନ ଦେଶ ଏହି ପୁରୁଣା ଗାଡ଼ିଗୁଡ଼ିକ ଉପରେ ରୋକ୍ ଲଗାଇଛନ୍ତି। ସେଥିମଧ୍ୟରୁ ଆଫ୍ରିକା, ସୁଡେନ, ନେପାଳ, ଭୁଟାନ ଭଳି ଦେଶମାନଙ୍କରେ ସେକେଣ୍ଡ ହ୍ୟାଣ୍ଡ ଯାନ ବାହନ ବ୍ୟବସାୟ ଉପରେ ସମ୍ପୁର୍ଣ୍ଣ ଭାବେ ରୋକ ଲଗାଯାଇଛି। କିନ୍ତୁ ଏହି ପୁରୁଣା ଗାଡ଼ିର ବ୍ୟବସାୟର ପ୍ରଭାବ ଭାରତ ଏବଂ ଜାପାନରେ ବହୁଳ ଭାବେ ଦେଖିବାକୁ ମିଳିଛି। ବାହନ ଉତ୍ପାଦନ ଦେଶ ଭାରତରେ ୨୦୧୫ ମସିହା ସୁଦ୍ଧା ୨୦ ମିଲିୟନ ବାହନ ସଂଖ୍ୟା ବଢିଥିବା ଜଣା ପଡିଥିଲା। କିନ୍ତୁ ଭାରତ ଯାନବାହନ ଉତ୍ପାଦନକାରୀ ଦେଶ ହୋଇ ମଧ୍ୟ ଏଠାରେ ପୁରୁଣା ଗାଡି ବ୍ୟବସାୟ ଉପରେ କୌଣସି ରୋକ ଲଗାଯାଇ ନାହିଁ। ଯାହା ପରିବେଶ ପ୍ରଦୂଷଣ ପାଇଁ ଏକ ମୂଖ୍ୟ କାରଣ ପାଲଟିଛି।