ଆପଣଙ୍କୁ ଦୁନିଆର ସବୁଠାରୁ ବୟସ୍କ ମହିଳାଙ୍କ ବିଷୟରେ ଜଣାଇବାକୁ ଯାଉଛୁ। ଏହି ମହିଳାଙ୍କ ବୟସ ୧୨୮ବର୍ଷ ହେବ ବୋଲି କୁହାଯାଉଛି। ଆଗମୀ ମାସରେ ସେ ତାଙ୍କ ୧୨୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି ବୋଲି ରୁଷ ସରକାର ସୂଚନା ଦେଇଛନ୍ତି। ପାସପୋର୍ଟରେ ତାଙ୍କ ଜନ୍ମ ୧୮୮୯ ମସିହା ଜୁନ୍ ୧ ତାରିଖ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କର ବୟସ ୫୫ବର୍ଷ ଥିଲା। ତାଙ୍କ ନାମ .ହେଉଛି କୋକୁ ଇସ୍ତାମବୁଲୋବା
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମହିଳାଙ୍କ ବୟସ ଶୁଣି ଆପଣ ଯେତିକି ଅଶ୍ଚର୍ଯ୍ୟ ହୋଇଥିବେ ତାଙ୍କ ଜୀବନ କହାଣୀ ଶୁଣିଲେ ସେତିକି ଭାବବିହ୍ବଳ ହୋଇପଡିବେ। ଏହି ବୃଦ୍ଧା ମହିଳା ଜଣକ ତାଙ୍କ ବୟସକୁ ନେଇ ଏତେ ବ୍ୟସ୍ତ ହୋଇପଡ଼ିଲେଣି ଯେ ପ୍ରତିଦିନ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି।
ରୁଷର ଚେଚେନ୍ୟାରେ ବସବାସ କରୁଥିବା କୋକୁ ଇସ୍ତାମବୁଲୋବା କହନ୍ତି, ମୁଁ ୧୨୮ବର୍ଷ ଜୀବନ ମଧ୍ୟରେ ଦିନଟିଏ ବି ଖୁସିରେ ରହି ନାହିଁ। ଏମିତିରେ ୧୨୮ବର୍ଷ କେମିତି ରହିଛି ମୁଁ ଜାଣେନା। ଯାହାକି ମୋ ପାଇଁ ଏକ ବୋଝ ହୋଇଯାଇଛି । ମୋର ସମସ୍ତ ସନ୍ତାନଙ୍କ ମୃତ୍ୟୁ ହୋଇଯାଇଛି। ମୋର ଯତ୍ନ .ନେବାକୁ ଏବେ ମୋ ପାଖରେ କେହି ନାହାନ୍ତି। ଏତେ ବର୍ଷ ଜୀବିତ ରଖି ଇଶ୍ୱର ବୋଧ ହୁଏ ମୋତେ ଦଣ୍ଡ ଦେଉଛନ୍ତି।
ଇସ୍ତାମବୁଲୋବା ଆମିଷ ଖାଆନ୍ତି ନାହିଁ, ସେ ଖାଦ୍ୟ କମ୍ ଖାଆନ୍ତି ଓ କ୍ଷୀର ଅଧିକ ପିଇ ଥାଆନ୍ତି।