ଏଥର ପୁରୁଣା ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରୁ ତିଆରି ହେବ ଅଲିମ୍ପିକ୍‌ସ ମେଡାଲ୍‌!

ଆସନ୍ତା ବର୍ଷ ଜୁଲାଇ ୨୪ ତାରିଖରୁ ଅଗଷ୍ଟ୍ ୯ ତାରିଖ ଯାଏ ‘୨୦୨୦ ଅଲିମ୍ପିକ୍‌ସ କ୍ରୀଡ଼ା’ ଟୋକିଓରେ ଆୟୋଜିତ ହେବ। ଏଥିରେ ପ୍ରାୟ ପଚାଶ ପ୍ରକାରର ଖେଳ ଅନୁଷ୍ଠିତ ହେବ ଏବ˚ ୨୦୬ଟି ଦେଶରୁ ଏଗାର ହଜାର ପ୍ରତିଯୋଗୀ ଭାଗ ନେବାର ସମ୍ଭାବନା ରହିଛି। ଉଲ୍ଲେଖନୀୟ କଥା ହେଉଛି, ଟୋକିଓ ଅଲିମ୍ପିକ୍‌ସରେ ପଦକ ବିଜେତାମାନଙ୍କୁ ଏଥର ଏକ ନିଆରା ଅନୁଭବ ମିଳିବ। ପଦକ ବିଜେତାମାନେ ଇ-ଆବର୍ଜନା କି˚ବା ଅଦରକାରୀ ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରୁ ତିଆରି ସ୍ୱର୍ଣ୍ଣ, ରୌପ୍ୟ ଓ ତାମ୍ର ପଦକ ନେଇ ଘରକୁ ଯିବେ। ଏହା ଜାପାନ ସରକାରଙ୍କ ନିଷ୍ପତ୍ତି।

ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରୁ ଅଳ୍ପ ପରିମାଣର ସୁନା, ରୁପା ଓ ତମ୍ବା ମିଳୁଥିଲେ ହେଁ, ତାହାକୁ ପଦକ ତିଆରିରେ ଲଗାଯିବ। ଏହା ଦ୍ୱାରା ସହରରେ କେବଳ ଇ-ଆବର୍ଜନା କମିବ ନାହିଁ, କ୍ରୀଡ଼ା ବାବଦରେ ଖର୍ଚ୍ଚ କାଟ ମଧ୍ୟ ସମ୍ଭବ ହୋଇପାରିବ ବୋଲି ସେମାନଙ୍କ ମତ। ଏଥିପାଇଁ ଜାପାନ୍‌ର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଅନେକଗୁଡ଼ିଏ ବାକସ ରଖାଯାଇଛି। ସ୍ମାର୍ଟ‌୍‌ ଫୋନ୍‌, ଆଇଫୋନ୍‌, କ୍ୟାମେରା, ଲାପଟପ୍‌ ଭଳି ପୁରୁଣା ତଥା ଅଦରକାରୀ ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀ ଏଣେତେଣେ ନ ଫୋପାଡ଼ି ଲୋକମାନେ ସେହି ବାକସରେ ପକାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ଅଶୀ ହଜାର ଟନ ଓଜନର ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀ ସ˚ଗୃହୀତ ହୋଇସାରିଲାଣି। ଏଥିରୁ ଉଭୟ ଅଲିମ୍ପିକ୍‌ସ ଓ ପାରାଅଲିମ୍ପିକ୍‌ସ ପାଇଁ ପାଞ୍ଚ ହଜାର ପଦକ ତିଆରି ହେବ।

ସମ୍ବନ୍ଧିତ ଖବର