ଭଓ୍ଵାନି ମଣ୍ଡି : ଟ୍ରେନର ଇଞ୍ଜିନ ରାଜସ୍ଥାନରେ ଏବଂ ବଗି ମଧ୍ୟପ୍ରଦେଶରେ…

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଏପରି ଏକ ରେଲଷ୍ଟେସନ ଅଛି ଯେଉଁଠାରେ ଟ୍ରେନର ଇଞ୍ଜିନ ଏବଂ ବଗି ଭିନ୍ନ ଭିନ୍ନ ରାଜ୍ୟରେ ଲାଗିଥାଏ । ଏହି ଭିନ୍ନ ଭଓ୍ଵାନି ମଣ୍ଡି ରେଲଷ୍ଟେସନ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସୀମାରେ ଅବସ୍ଥିତ । ଏହାର ଏକ ପାର୍ଶ୍ୱ ରାଜସ୍ଥାନ ସୀମା ମଧ୍ୟରେ ରହିଥିବା ବେଳେ ଅନ୍ୟ ପାର୍ଶ୍ୱଟି ରହିଛି ମଧ୍ୟପ୍ରଦେଶରେ ।

ସବୁଠାରୁ ବଡ଼ କଥା ହେଉଛି ମଧ୍ୟପ୍ରଦେଶର ମନ୍ଦୋସରରେ ଏହାର ଟିକେଟ ବୁଙ୍କିଙ୍ଗ୍‌ କାଉଣ୍ଟର ରହିଥିବା ବେଳେ ପ୍ରବେଶ ଏବଂ ଅପେକ୍ଷାସ୍ଥଳ ରହିଛି ରାଜସ୍ଥାନ ଝାଲଓ୍ଵାଡ଼ାଠାରେ । ମଜାକଥା ହେଉଛି, ଏଠାରେ ଟିକେଟ କରିବା ପାଇଁ ଲୋକଙ୍କୁ ମଧ୍ୟପ୍ରଦେଶରୁ ଆରମ୍ଭ କରି ରାଜସ୍ଥାନ ପର୍ଯ୍ୟନ୍ତ ଲାଇନ ଠିଆ ହେବାକୁ ପଡ଼ିଥାଏ । ଏହି ଷ୍ଟେସନଟି ବହୁତ ଜନଗହଳି ପୂର୍ଣ୍ଣ। ପ୍ରତିଦିନ ପ୍ରାୟ ୮-୧୦ ହଜାର ଲୋକ ଭାଓ୍ଵାନି ମଣ୍ଡିରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି । ଏଠାରେ ପ୍ରତିଦିନ ୪୪ଟି ଟ୍ରେନ ଲାଗିଥାଏ ଏବଂ ଏହା ଦେଶର ଦ୍ୱିତୀୟ ବୃହତ କମଳା ଉତ୍ପାଦନ ହେଉଥିବା ସ୍ଥାନ ଅଟେ ।

Dainik Jagran

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଅନେକ ଯାତ୍ରୀ ଏହି ଷ୍ଟେସନରେ ସେଲଫି ନେବା ପାଇଁ ଓହ୍ଲାଇଥାନ୍ତି। ଏହି ଷ୍ଟେଶନକୁ ନେଇ ଅନେକ ମଜାଳିଆ କଥା ମଧ୍ୟ ଲୋକ କୁହନ୍ତି ଯେପରି ଟ୍ରେନରେ ଯାତ୍ରା କରୁଥିବା ଅଧା ଯାତ୍ରୀ ରାଜସ୍ଥାନରେ ବସିଥିବା ବେଳେ ଅଧା ମଧ୍ୟପ୍ରଦେଶରେ ବସିଛନ୍ତି । ତେବେ ଷ୍ଟେସନରେ କୌଣସି ଘଟଣା ଘଟିଲେ ପ୍ରଥମେ ଷ୍ଟେସନର କେଉଁ ପାର୍ଶ୍ୱରେ ଘଟିଛି ତାହା ଯାଞ୍ଚ କରାଯାଏ ପରେ ସେହି ରାଜ୍ୟର ପୋଲିସ ଘଟଣାଟିର ସମାଧାନ କରିଥାଏ ।

ସମ୍ବନ୍ଧିତ ଖବର