ଅନ୍‌ଲାଇନ୍‌ରେ ଆଧାରକାର୍ଡ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ: ୟୁଆଇଡିଏଆଇ

ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ନମ୍ବର ଲିକ ହେବାର ଅନେକ ମାମଲା ସାମନାକୁ ଆସୁଛି । ସେଥିପାଇଁ ଆଧାର କାର୍ଡଧାରୀଙ୍କୁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ସତର୍କ ସୂଚନା ଜାରି କରିଛନ୍ତି। ଆଧାର ନମ୍ବରକୁ ଅନଲାଇନ ବ୍ୟବହାର କରୁଥିଲେ ସାବଧାନ ହୋଇଯାଆନ୍ତୁ ।

ୟୁଆଇଡିଏଆଇର କହିବାନୁସାରେ, ଅନଲାଇନରେ କୈାଣସି ବି କାମରେ ଆଧାର କାର୍ଡ ବ୍ୟବହାର କରୁଥିଲେ, ନିଜର ଆଧାର ନମ୍ବର ପରି ବ୍ୟକ୍ତିଗତ ତଥ୍ୟ ସହିତ ସତର୍କତା ଅବଲମ୍ବନ କରନ୍ତୁ ।

ଗୁଗଲ ସର୍ଚ୍ଚରେ ମେରା ଆଧାର, ମେରୀ ପହଚାନ ଟାଇପ କଲେ ଆଧାରର ପିଡିଏଫ ଫାଇଲ ଖୋଲି ବ୍ୟକ୍ତିଗତ ତଥ୍ୟ ଲିକ ହେଉଥିବାର ଖବର ପ୍ରକାଶ ପାଇଥିଲା। ଏହି ଅଭିଯୋଗକୁ ୟୁଆଇଡିଏଆଇ ଖଣ୍ଡନ କରିଛି ଓ ଦାବି କରିଛି ଯେ ଆଧାର ସମ୍ବନ୍ଧିତ ତଥ୍ୟ ଲିକ ହେବାର ପ୍ରସଙ୍ଗ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ।

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ଞଐଉଆଐ) ର ବୟାନ ଅନୁସାରେ ଗୁଗଲ ସର୍ଚ୍ଚ କରୁଥିବାବେଳେ ଆଧାର ସଂପର୍କିତ ସୂଚନା ମିଳିଯାଉଥିବାର ଖବର ସତ୍ୟ ନୁହେଁ । ଆଧାର ଓ ଏଥି ସମ୍ବନ୍ଧୀୟ ତଥ୍ୟର ସୁରକ୍ଷା ସହ ଏହାର କୌଣସି ସଂପର୍କ ନାହିଁ । ଆଧାର ଓ ତା’ର ତଥ୍ୟ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି । ଯଦି କେହି ବେଆଇନ ଭାବେ କାହାର ବ୍ୟକ୍ତିଗତ ତଥ୍ୟ ଯେପରିକି ଆଧାର କାର୍ଡ, ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ, ଫୋଟୋଗ୍ରାଫ ଆଦି ସାର୍ବଜନିକ କରୁଛନ୍ତି ତେବେ ତାଙ୍କ ବିରୋଧରେ ପୀଡିତ ବ୍ୟକ୍ତି ଅପରାଧିକ ମାମଲା ରୁଜୁ କରିପାରିବେ ।

ସମ୍ବନ୍ଧିତ ଖବର