ଅନ୍‌ଲାଇନ୍‌ ସପିଂ ଠକେଇ ରୋକିବା ପାଇଁ ଆସୁଛି ନୂଆ ନିୟମ, ଠକାମିର ଶିକାର ହେଲେ ଫେରସ୍ତ ମିଳିବ ପୁରା ଟଙ୍କା!

ଦିନକୁ ଦିନ ଅନ୍‌ଲାଇନ୍‌ ସପିଂ ବଢ଼ିବାରେ ଲାଗିଛି। ଏହା ଏବେ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ଘରେ ବସି ସିପିଂ କରିବା ପାଇଁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଡିସକାଉଣ୍ଟ, ଅଫର ଓ ଅନ୍ୟ ଆକର୍ଷଣୀୟ ବିଜ୍ଞାପନ ଯୋଗୁଁ ପ୍ରାୟ ଗ୍ରାହକ ଦୋକାନକୁ ଯାଇ କିଣାକିଣି କରିବା ଅପେକ୍ଷା ଅନଲାଇନ୍‌ ସପିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଅନଲାଇନ ସପିଂରେ ଯେତେ ସୁବିଧା ରହିଛି ସେତିକି ଅସୁବିଧା ମଧ୍ୟ ରହିଛି। ଏବେ ଅନଲାଇନ୍‌ ସପିଂ ଯୋଗୁଁ ଅନେକ ଠକେଇର ଶିକାର ହେଉଥିବା ଖବର ଦେଖିବାକୁ ମିଳୁଛି। ଅନ୍‌ଲାଇନ୍‌ରେ ମୋବାଇଲ ମଗାଇଲେ କେବେ ପଥର ମିଳୁଛି ତ ଆଉ କେବେ ମହାଲକ୍ଷ୍ମୀ ଧନ ଯନ୍ତ୍ର। ଏପରି ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି।

ଅନ୍‌ଲାଇନ୍‌ ସପିଂ ଠକେଇକୁ ରୋକିବା ପାଇଁ ଏବେ ଭାରତ ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଏହି ନିୟମ ଅନୁସାରେ ଅନଲାଇନ୍‌ ସପିଂରେ ଗ୍ରାହକଙ୍କୁ କେହି ହେଲେ ଠକିପାରିବେ ନାହିଁ। ଯଦି ଏପରି କିଛି ହୁଏ ତେବେ ଠକାମିର ଶିକାର ହୋଇଥିବା ଗ୍ରାହକଙ୍କୁ ପୁରା ଟଙ୍କା ଫେରସ୍ତ ମିଳିବ। ଏହି ନୂଆ ବ୍ୟବସ୍ଥାକୁ କ୍ୟାସବ୍ୟାକ ନାମ ଦିଆଯାଇଛି।

 

ଏକ ସର୍ବେକ୍ଷଣ ଅନୁସାରେ, ଅନଲାଇନ୍‌ ସିପିଂ କରୁଥିବା ପ୍ରତି ତିନି ଜଣରେ ଜଣେ ବ୍ୟକ୍ତିଙ୍କୁ ନକଲି ଜିନିଷ ମିଳୁଛି। ଏହି ମାମଲାରେ ଅନଲାଇନ୍‌ ସପିଂ ସାଇଟ ଗୁଡ଼ିକ ନାମରେ ଅନେକ ଅଭିଯୋଗ ଆସୁଛି। ସର୍ଭେ ଅନୁସାରେ ଯେଉଁ ବ୍ରାଣ୍ଡର ବିକ୍ରି ଯେତେ ଅଧିକ ହୁଏ, ତା’ନାମରେ ନକଲି ଜିନିଷ ମଧ୍ୟ ଅଧିକ ବିକ୍ରି ହୁଏ। ସର୍ଭେ ଅନୁସାରେ ୩୮ ପ୍ରତିଶତ ଗ୍ରାହକଙ୍କୁ ବିଗତ ବର୍ଷ ମଧ୍ୟରେ ନକଲି ସାମଗ୍ରୀ ମିଳିଛି । ଗ୍ରାହକଙ୍କ କହିବା ଅନୁସାରେ ନକଲି ସମାଗ୍ରୀ ମଧ୍ୟରେ ଫରଫ୍ୟୁମ, ଜାତା, ପୋଷାକ ଆଦି ଅଧିକ ଆସୁଛି । ତେବେ ଏନେଇ ଭାରତ ସରକାର ନୂଆ ନିୟମ ଆଣିବେ ବୋଲି ପ୍ରସ୍ତୁତି ଚଳାଇଛନ୍ତି।

ସମ୍ବନ୍ଧିତ ଖବର