ଭୟଙ୍କର ବାତ୍ୟା ତିତ୍‌ଲି ଆସିବା ପୂର୍ବରୁ କରି ନିଅନ୍ତୁ ଏହି ସବୁ କାମ, ନହେଲେ ଅସୁବିଧାରେ ପଡ଼ି ପାରନ୍ତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସିଭିୟର ସାଇକ୍ଲୋନିକ୍‌ ଷ୍ଟମ’ ତିତଲି ଆସନ୍ତା ଗୁରୁବାର  ସକାଳେ ସାଢ଼େ ୫ଟାରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ଏହି ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଆପଣମାନେ କ’ଣ କରିବେ ଏବଂ ବାତ୍ୟା ପରେ କ’ଣ କରିବେ, ଏନେଇ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (NDMA) ପକ୍ଷରୁ କିଛି ସୂଚନା ଜାରି କରାଯାଇଛି।

ତିତ୍‌ଲି ବାତ୍ୟାକୁ ନେଇ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ  ଅଥରିଟି (NDMA) ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ଲୋକମାନଙ୍କୁ ଶାନ୍ତ ରୁହିବାକୁ କୁହାଯିବା ସହିତ ଭୟଭୀତ ନହୋଇ ଦମ୍ଭ ଧରିବାକୁ କୁହାଯାଇଛି। ଏଥିସହିତ ବାତ୍ୟାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମିଥ୍ୟା ଗୁଜବ ଘୁରି ବୁଲୁଛି, ଯାହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରନ୍ତୁ। ଏଥିସହିତ ନିଜର ମୋବାଇଲ ଫୋନ୍‌ ଚାର୍ଜ ରଖନ୍ତୁ କାରଣ କୌଣସି ମୁହୂର୍ତ୍ତରେ ବି ବିଜୁଳି ଯିବାର ସମ୍ଭାବନା ରହିଛି। ବାତ୍ୟା ଅପଡେଟ୍‌ ପାଇଁ ରେଡିଓ, ଟିଭି ଓ ଖବରକାଗଜ ପଢ଼ନ୍ତୁ।  ଆବଶକୀୟ କାଗଜପତ୍ର ଓ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଗୃହପାଳିତ ପଶୁଙ୍କୁ ନ ବାନ୍ଧି ଖୋଲାରେ ଛାଡ଼ି ଦିଅନ୍ତୁ।

ସେହିପରି ଯଦି ଦେଖିଲେ ବାତ୍ୟା ଆସିଗଲା ଏହି ସମୟରେ ବିଜୁଳି ସରବରାହ ବନ୍ଦ କରନ୍ତୁ। ସମ୍ଭାବ୍ୟ ଅଗ୍ନିକାଣ୍ଡକୁ ଏଡାଇବାକୁ ଗ୍ୟାସ ସପ୍ଲାଏ ଓ ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ। ମାଟି ଘର ଥିଲେ ସୁରକ୍ଷିତ କୋଠା ଘରକୁ ଚାଲିଯାଆନ୍ତୁ।

ସମ୍ବନ୍ଧିତ ଖବର