୮ବର୍ଷ ପୂର୍ବେ ଘର ଛାଡି ଯାଇଥିବା ପୁଅକୁ ଫେସ୍‌ବୁକ୍‌ ଜରିଆରେ ଏପରି ପାଇଲା ମା’

ନୂଆଦିଲ୍ଲୀ: ଆଜିକା ସମୟରେ ସୋସିଆଲ ମିଡିଆର ଯେତିକି ସକରାତ୍ମକ ପ୍ରଭାବ ରହିଛି ଯେତିକି ନକରାତ୍ମକ ପ୍ରଭାବ ବି । ପଞ୍ଜାବରେ ଏକ ପରିବାର ପାଇଁ ସୋସିଆଲ ମିଡିଆ ପ୍ଲାଟଫାର୍ମ ଫେସ୍‌ବୁକ୍‌ ଏକ ବରଦାନ ସାଜିଛି।

ରାଚାକୋଣ୍ଡା ପୁଲିସ କମିସନର ମହେଶ ଏମ ଭଗବତଙ୍କ କହିବାନୁସାରେ, ପୁଅର ମା’ ଫେସ୍‌ବୁକ୍‌ରେ ତାର ପ୍ରୋଫାଇଲ ଦେଖିଥିଲେ। ଏହାପରେ ପୁଲିସ ସାହାସ୍ୟରେ ଲଗଇନ୍‌ର ଆଇପି ଆଡ୍ରେସ ବାହାର କରିଥିଲେ। ପୁଲିସ ଏହି ଠିକଣାରେ ଖୋଜି ଖୋଜି ଅମୃତସର ରାନାକାଲା ଗ୍ରାମରେ ପହଞ୍ଚିଥିଲା।

TechCrunch

ପୁଲିସ ସୂତ୍ରରୁ ପ୍ରକାଶ, ପୁଅ ୨୦୧୧ ଜାନୁଆରି ୨୬ କାହାକୁ କିଛି ନଜଣାଇ ଘର ଛାଡି ଚାଲି ଯାଇଥିଲା। ପୁଅ ନିଖୋଜ ହେବା ଖବର ମା’ ପୁଲିସ ଥାନାରେ ବି ଦେଇଥିଲେ। ବହୁ ଖୋଜାଖୋଜି ପରେ ବି ତାଙ୍କ ପୁଅର କୌଣସି ସନ୍ଧାନ ମିଳି ପାରି ନଥିଲା। କିନ୍ତୁ ୨୦୧୮ ମସିହା ଅଗଷ୍ଟ ମାସରେ ସେ ନିଜର ପୁଅ ନାମରେ ଫଟୋ ସହିିତ ଏକ ପ୍ରୋଫାଇଲ୍‌ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତା’ପରେ ପୁଅ ରହୁଥିବା ଠିକଣାରେ ପହଞ୍ଚି ତାକୁ ଘରକୁ ନେଇ ଆସିଥିଲା।

ସମ୍ବନ୍ଧିତ ଖବର