ଓଡ଼ିଶାର ଯୁବକଙ୍କ କମାଲ; ଟିଭି ରିମୋଟରୁ ପାଇଥିଲେ ବ୍ୟବସାୟ କରିବାର ଆଇଡିଆ, ଏବେ ହଜାରେ କୋଟି କମ୍ପାନିର ମାଲିକ
ନୂଆଦିଲ୍ଲୀ: ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କୁ ଆପଣମାନେ ଜାଣି ନଥାଇ ପାରନ୍ତି । କିନ୍ତୁ ତାଙ୍କ ବ୍ୟବସାୟ ବିଷୟରେ ନିହାତି ଭାବରେ ଆପଣଙ୍କୁ ଜଣାଥିବ । ‘ଓୟୋ’ ନାଁ ତ ଆପଣମାନେ ଶୁଣିଥିବେ । ନିଜ ପାର୍ଟନର ସହ ସମୟ କଟାଇବାକୁ ଯାଇ ଏହି ରୁମ୍ର ବ୍ୟବହାର ମଧ୍ୟ କରିଥିବେ । ତେବେ ଆଜି ଆମେ ଏହି ଓୟୋ କମ୍ପାନିର ମୁଖ୍ୟ ରିତେଶ ଅଗ୍ରଓ୍ଵାଲଙ୍କ ବିଷୟରେ ଜଣାଇବାକୁ ଯାଉଛୁ । ଯିଏ ଏକ ଟିଭି ରିମୋଟରୁ ନିଜର ଓୟୋ କମ୍ପାନି ଆରମ୍ଭ କରିବାର ପରିକଳ୍ପନା କରିଥିଲେ । ଶିକ୍ଷା କ୍ଷେତ୍ରରେ କୌଣସି ବଡ଼ ଡିିଗ୍ରି ହାସିଲ କରି ନଥିବା ରିତେଶ ଆଜି ଏହି କମ୍ପାନି ସାହାଯ୍ୟରେ ହଜାର କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରିତେଶ କଲେଜ ପାଠ ପଢ଼ା ଛାଡ଼ି ୫ବର୍ଷ ପୂର୍ବରୁ ୨୪ବର୍ଷ ବୟସରେ ଓୟୋ କମ୍ପାନି ଆରମ୍ଭ କରିଥିଲେ । ଆଜି ଓୟୋ କମ୍ପାନି ୨୩୦ଟି ସହରରେ ୧୦ଲକ୍ଷରୁ ଅଧିକ ଓୟୋ ରୁମ୍ ତିଆରି କରି ପାରିଛି । କିଛି ବର୍ଷ ପୂର୍ବରୁ ରିତେଶ ଓଡ଼ିଶାରେ ସିମ୍ କାର୍ଡ଼ ବିକ୍ରି କରୁଥିଲେ । ଓଡ଼ିଶାର ବିଷମ୍ କଟକରେ ଜନ୍ମ ହୋଇଥବା ରିତେଶ ଟିଭି ରିମୋଟରୁ ନିଜର ଏହି ବ୍ୟବସାୟ ଆରମ୍ଭ କରିବା କଥା ଭାବିଥିଲେ । ଯେମିତି ଲୋକମାନେ ଟିଭିକୁ ରିମୋଟ ମାଧ୍ୟମରେ ନିୟନ୍ତ୍ରଣ କରୁଛନ୍ତି । ସେଭଳି ଭାବରେ ଘରେ ବସି ଲୋକମାନେ ହୋଟେଲରେ ଓୟୋ ରୁମ୍ ମଧ୍ୟ ବୁକ୍ କରି ପାରିବେ । କଲେଜରୁ ପାଠ ପଢ଼ା ଅଧାରୁ ଛାଡ଼ିଥିଲେ ମଧ୍ୟ ଏବେ ୨୦ଜଣ ଆଇଆଇଏମ୍ ଏବଂ ୨୦୦ଆଇଆଇଟି ଛାତ୍ର ତାଙ୍କ ଅଧିନରେ କାମ କରୁଥିବା ଜଣା ପଡ଼ିଛି ।