ଫେସବୁକ୍‌ରେ ପ୍ରେମ ହେବାପରେ ପାକିସ୍ତାନୀ ପ୍ରେମିକାକୁ ଭେଟିବାକୁ ଯାଇ ବନ୍ଦୀ ହୋଇଥିବା ଯୁବକ ଭାରତ ଫେରିବେ

କରାଚି : ଜଣେ ପାକିସ୍ତାନୀ ଯୁବତୀ ପ୍ରେମରେ ପଡିଥିଲେ ଜଣେ ଭାରତୀୟ ମୁସଲମାନ୍‌ ଯୁବକ। ଫେସବୁକ୍‌ ଜରିଆରେ ସେ ପ୍ରେମରେ ପଡିଥିଲେ। ତା’ପରେ ଏହି ଯୁବକ ହାସିଦ୍‌ ଅନ୍‌ସାରୀ ପ୍ରେମିକାକୁ ଭେଟିବା ଲାଗି ଆଫ୍‌ଗାନିସ୍ତାନ ବାଟ ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ଏହାପରେ ହାମିଦ୍‌ଙ୍କୁ ୨୦୧୨ରେ ଅବୈଧରୂପେ ପାକିସ୍ତାନରେ ଅନୁପ୍ରବେଶ କରଥିିବା ଅପରାଧରେ ଗିରଫ କରାଯାଇଥିଲା।
ଏହି ଅପରାଧରେ ଜଣକୁ ସର୍ବାଧିକ ତିନି ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି। ହାମିଦ୍‌କୁ ୨୦୧୫ରେ ଜେଲ୍‌ରୁ ମୁକ୍ତ କରାଇ ଭାରତ ପଠାଇବାର କଥା, ମାତ୍ର ପାକିସ୍ତାନ ସରକାର ତାହା କରି ନଥିଲେ। ଏହି ମାମଲାରେ ୯୫ ଥର ଭାରତୀୟ ଅଧିକାରୀମାନେ ପାକିସ୍ତାନ ସରକାରଙ୍କୁ ପତ୍ର ଲେଖିଛନ୍ତି।

ଏହାପରେ ହାମିଦ୍‌ଙ୍କ ମାମଲାରେ ଜଣେ ମହିଳା ସାମ୍ବାଦିକ ମୁଣ୍ଡ ପୁରାଇଥିଲେ।ସେ ହାମିଦ୍‌ ଅନସାରୀ ମାମଲାରେ ନ୍ୟାୟାଳୟରେ ସାକ୍ଷ୍ୟ ଦେବାକୁ ଯାଇଥାନ୍ତେ।ଏହି ସାମ୍ବାଦିକାଙ୍କ ନାଆଁ ହେଲା ଜୀନତ୍‌ ଶହଜାଦୀ। ତାଙ୍କୁ ହଠାତ୍‌ ଅପହୃତ କରାଗଲା ଓ ଦୁଇ ବର୍ଷ ପରେ ଛଡାଯାଇଥିଲା। ସେ ପୁଣି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏବେ ପାକିସ୍ତାନ ନ୍ୟାୟାଳୟ ହାମିଦକୁ ମୁକ୍ତ କରି ମାସକ ଭିତରେ ଭାରତ ପଠାଇବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର