ପାକିସ୍ତାନରେ ନ୍ୟୁଜ୍‌ ପଢ଼ିବା ବଦଳରେ କ୍ୟାମେରା ସାମ୍ନାରେ ପୁରୁଷ ଓ ମହିଳା ଆଙ୍କର ଝଗଡ଼ା କଲେ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ : କିଛି ଦିନ ପୂର୍ବେ ପାକିସ୍ତାନର ଜଣେ ନ୍ୟୁଜ୍‌ ଆଙ୍କର ତାଙ୍କ ଛୋଟ ଶିଶୁକୁ କୋଳରେ ଧରି ନ୍ୟୁଜ ପଢ଼ିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ପାକିସ୍ତାନର ଏକ ଚାନେଲରେ ନ୍ୟୁଜ ଉପସ୍ଥାପନ ସମୟର ଆଉ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ବୁଲେଟିନ ପଢ଼ୁଥିବା ସମୟରେ ନ୍ୟୁଜ ଚ୍ୟାନେଲ ସିଟି ୨୪ର ଦୁଇ ପାକିସ୍ତାନୀ ନ୍ୟୁଜ ଉପସ୍ଥାପକ ଏବଂ ଉପସ୍ଥାପିକା ଝଗଡ଼ା କରିବସିଥିଲେ । ଏହି ସମୟରେ ବୁଲେଟିନ ଏୟାର ହେଉ ନଥିଲେ ମଧ୍ୟ ସଂପୂର୍ଣ୍ଣ ଘଟଣାଟି କ୍ୟାମେରାରେ କଏଦ୍‌ ହୋଇଥିଲା ।

ଭିଡ଼ିଓରେ ପୁରୁଷ ଉପସ୍ଥାପକ ଜଣଙ୍କ ମହିଳା ଉପସ୍ଥାପିକାଙ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି । ବୁଲେଟିନ୍‌ ଆରମ୍ଭରେ ପୁରୁଷ ଆଙ୍କର ଜଣକ କହୁଛନ୍ତି- ମୁଁ କିପରି ତାଙ୍କ ସହିତ ନ୍ୟଜ ବୁଲେଟିନ ପଢ଼ିବି । ସେ ମତେ କହୁଛନ୍ତି କି ମୁଁ ତାଙ୍କ ସହ କଥା ହେବି ନାହିଁ । ଏହାର ଉତ୍ତରରେ ମହିଳା ଜଣକ କହୁଛନ୍ତି- ମୁଁ ସମ୍ନାନର ସହ କଥା ହେବା ପାଇଁ କହିଲି। ପରେ ପୁରୁଷ ଜଣକ ‘ମୁଁ ତୁମ ସାଙ୍ଗରେ କ’ଣ ଖରାପରେ କଥା ହେଲି ବୋଲି କହୁଥିବା ବେଳେ ମହିଳା ଜଣଙ୍କ ଧୀର ସ୍ୱରରେ ଏକ ଖରାପ ଶବ୍ଦର ବ୍ୟବହାର କରୁଛନ୍ତି । ଏହା ଶୁଣିପାରି ପୁରୁଷ ଉପସ୍ଥାପକ ଜଣକ ମହିଳାଙ୍କୁ ଠିକ ଭାବେ କଥା ହେବା ପାଇଁ କହିଥିଲେ । ତେବେ ଆଗକୁ କ’ଣ ହୋଇଥିଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓକୁ ।

ସମ୍ବନ୍ଧିତ ଖବର