କେଉଁ କାରଣରୁ ପିତା ପଣ୍ଡୁଙ୍କ ମୃତ ଶରୀରର ମାଂସ ଖାଇଥିଲେ ପଞ୍ଚୁପାଣ୍ଡବ?
ସାଧାରଣତଃ ଆପଣମାନେ ମହାଭାରତ ବିଷୟରେ କିଛି ନା କିଛି ଜାଣିଥିବେ।ହେଲେ ଆଜି ଆମେ ଆପଣଙ୍କୁ ମହାଭାରତ ସହିତ ଜଡ଼ିତ ରହିଥିବା ଏମିତି ଏକ ଘଟଣା ବିଷୟରେ କହିବୁ,ଯାହାକି ଆପଣମାନେଏପର୍ଯନ୍ତ ଜଣିନଥିବେ!ଆଉ ସେହି କଥାଟି ହେଉଛି ଏଇଆ ଯେ,ପିତା ପଣ୍ଡୁଙ୍କର ମୃତ ଶରୀରର ମାଂସକୁ ତାଙ୍କର ପାଞ୍ଚପୁତ୍ର ଯଥା-ଯୁଧିଷ୍ଠିର,ଭୀମ,ଅର୍ଜୁନ,ନକୁଳ ଓ ସହଦେବ ଏକାଠି ହୋଇ ଭକ୍ଷଣ କରିଥିଲେ।ହେଲେ କାହିଁକି ପାଣ୍ଡବମାନେ ନିଜ ପିତା ପଣ୍ଡୁଙ୍କର ମର ଶରୀରକୁ ଆହାର କରିଥିଲେ,ସେନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ। ଆସନ୍ତୁ ଜାଣିବା ଏହି ବିଷୟରେ…..
Sambad is now on WhatsApp
Join and get latest news updates delivered to you via WhatsApp
ମହାଭାରତ ଅନୁସାରେ ପାଣ୍ଡୁଙ୍କର ପାଞ୍ଚପୁତ୍ର ଯଥା -ଯୁଧିଷ୍ଠିର,ଭୀମ,ଅର୍ଜୁନ,ନକୁଳ ଓ ସହଦେବ ଥିଲେ। ଏମାନଙ୍କ ମଧ୍ୟରୁ ଯୁଧିଷ୍ଠିର,ଭୀମ ଓ ଅର୍ଜୁନଙ୍କ ମାତା କୁନ୍ତିଙ୍କର ପୁତ୍ର ଥିଲାବେଳେ,ନକୁଳ ଏବଂ ସହଦେବଙ୍କ ମାତା ମାଧୁରୀଙ୍କର ପୁତ୍ର ଥିଲେ।ତେବେ ପିତା ପଣ୍ଡୁ ଏହି ପାଞ୍ଚ ପୁତ୍ରଙ୍କର ପିତା ତ ବନିଥିଲେ ,ହେଲେ ଏମାନଙ୍କର ଜନ୍ମ ପଣ୍ଡୁଙ୍କ ସମ୍ଭୋଗ ଯୋଗୁଁ ହୋଇନଥିଲା।କାହିଁକିନା ପଣ୍ଡୁକୁ ଅଭିଶାପ ମିଳିଥିଲା କି,ସେ ଯେବେ ବି ସମ୍ଭୋଗ କରିବେ ତାହାଲେ ତାଙ୍କର ମୃତ୍ୟୁ ହୋଇଯିବ।ତେଣୁ ପଣ୍ଡୁଙ୍କର କହିବାନୁସାରେ,ହିଁ ପଣ୍ଡୁଙ୍କର ଦୁଇ ପତ୍ନୀ କୁନ୍ତି ଓ ମାଧୁରୀ ଦୁହେଁ ତାଙ୍କର ଏହି ପୁତ୍ରମାନଙ୍କୁ ଭଗବାନଙ୍କୁ ଆବାହନ କରି ପ୍ରାପ୍ତ କରିଥିଲେ।ଏଥିସହିତ ଯେବେ ପଣ୍ଡୁଙ୍କର ମୃତ୍ୟୁ ହେଲା,ସେତେବେଳେ ତାଙ୍କର ପାଞ୍ଚପୁଅ ମିଶିକରି ପିତା ପଣ୍ଡୁଙ୍କର ମର ଶରୀରର ମାଂସକୁ ଖାଇଥିଲେ।ତେବେ ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ନିହାତି ଭାବରେ ଉପୁଜୁଥିବ ଯେ,ଭଲା କ’ଣ ପାଇଁ ପଞ୍ଚୁପାଣ୍ଡବ ପିତାଙ୍କ ମର ଶରୀରକୁ ଖାଇଥିବେ?ତେବେ ଏହା ପଛରେ ଲୁଚି ରହିଛି ଏକ ଗୁଢ଼ ରହସ୍ୟ!
ଆଉ ସେହି ରହସ୍ୟଟି ହେଉଛି ଏହା ଯେ,ପଞ୍ଚୁପାଣ୍ଡବମାନେ ପିତାଙ୍କ ବୀର୍ଯ୍ୟରୁ ଜନ୍ମ ହୋଇନଥିଲେ,ଯାହାଫଳରେ କି ପଣ୍ଡୁଙ୍କ ମଧ୍ୟରେ ରହିଥିବା ଜ୍ଞାନ,କୌଶଳ ତାଙ୍କ ପିଲାମାନଙ୍କ ମଧ୍ୟରେ ନଥିଲା।ଏହି କାରଣକୁ ନେଇ ପାଣ୍ଡୁ ତାଙ୍କର ମୃତ୍ୟୁ ପୂର୍ବରୁ ଏମିତି ଏକ ବରଦାନ ମାଗିଥିଲେ ଯେ,ତାଙ୍କର ମୃତ୍ୟୁ ପରେ ଯଦି ପୁତ୍ରମାନେ ପଣ୍ଡୁଙ୍କର ମୃତ ଶରୀରକୁ ମିଳିମିଶି ଖାଇବେ ତ;ତେବେ ପଣ୍ଡୁଙ୍କ ମଧ୍ୟରେ ରହିଥିବା ଜ୍ଞାନ ଓ କୌଶଳ ତାଙ୍କ ପିଲାମାନଙ୍କ ମଧ୍ୟରେ ବାଣ୍ଟି ହୋଇଯିବ।ତେବେ ପାଣ୍ଡବଙ୍କ ଦ୍ୱାରା ପିତାଙ୍କ ମାଂସ ଖାଇବାକୁ ନେଇ ଦୁଇଟି ମାନ୍ୟତା ମଧ୍ୟ ପ୍ରଚଳିତ ରହିଛି।
ତେବେ ପ୍ରଥମ ମାନ୍ୟତା ଅନୁଯାୟୀ,ପିତାଙ୍କ ଶରୀରର ମାଂସଙ୍କୁ ସମସ୍ତ ଭାଇ ଖାଇଥିଲେ ବି ସବୁଠୁଁ ଅଧିକ ଭାଗ ସହଦେବ ହିଁ ଖାଇଥିଲେ।ଯେଉଁଠାରେ କି ଏକ ଅନ୍ୟ ମାନ୍ୟତାରେ;ସହଦେବ ପିତା ପଣ୍ଡୁଙ୍କ ଇଚ୍ଛାକୁ ପାଳନ କରିବାକୁ ଯାଇ ତାଙ୍କ ମସ୍ତିଷ୍କର ୩ଟି ଅଂଶକୁ ଖାଇଥିଲେ ବୋଲି ବର୍ଣ୍ଣିତ ରହିଛି।ମାନ୍ୟତା ଅନୁଯାୟୀ,ପିତା ପଣ୍ଡୁଙ୍କ ମସ୍ତିଷ୍କର ପ୍ରଥମ ଅଂଶକୁ ଖାଇବା କ୍ଷଣି ସହଦେବଙ୍କୁ ଇତିହାସ ସମ୍ବନ୍ଧରେ ଜ୍ଞାନ ହୋଇଥିଲା।ଦ୍ୱିତୀୟ ଅଂଶକୁ ଖାଇବା କ୍ଷଣି ତାଙ୍କୁ ବର୍ତ୍ତମାନ ଏବଂ ଶେଷ ଭାଗକୁ ଖାଇବା କ୍ଷଣି ଭବିଷ୍ୟତ ବିଷୟରେ ଜ୍ଞାନ ଲାଭ ହୋଇଥିଲା।ଏହି କାରଣକୁ ନେଇ ପାଞ୍ଚ ଭାଇମାନଙ୍କ ମଧ୍ୟରୁ ସହଦେବ ହେଉଛନ୍ତି ସବୁଠୁଁ ବଡ଼ ଜ୍ଞାନୀ।ଯେଉଁ କାରଣକୁ ନେଇ ସହଦେବଙ୍କୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଅବଗତ ହେଉଥିଲା।ତେବେ ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ମହାଭାରତ ଯୁଦ୍ଧ ବିଷୟରେ ପ୍ରଥମରୁ ଯଦି କାହାକୁ ଜଣାଥିବା ବୋଲି କୁହାଯାଏ ତ,ସେ ହେଉଛନ୍ତି ପଣ୍ଡୁଙ୍କର ସାନପୁଅ ସହଦେବ ଅଟନ୍ତି। ଯିଏକି ଭବିଷ୍ୟତରେ ହେବାକୁ ଥିବା ମହାଭାରତ ଯୁଦ୍ଧ ବିଷୟରେ ପ୍ରଥମରୁ ହିଁ ଜଣାଥିଲେ।ଏହି କାରଣରୁ ଶ୍ରୀକୃଷ୍ଣଙ୍କ ମନରେ ଡ଼ର ରହିଥିଲା ଯେ, ହୁଏତ ସହଦେବ ମହାଭାରତ ଯୁଦ୍ଧ ବିଷୟରେ ଅନ୍ୟମାନଙ୍କୁ ଜଣାଇଦେବେ?ତେଣୁ ଏହାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ ନକରିବାକୁ ଭଗବାନ ଶ୍ରୀକୃଷ୍ଣ ସହଦେବଙ୍କୁ ଅଭିଶାପ ଦେଇଥିଲେ,ଯଦି ସେ ଏହି ବିଷୟରେ କାହାରିକୁ କୁହନ୍ତି ;ତେବେ ତାଙ୍କର ମୃତ୍ୟୁ ହୋଇଯିବ।