ଏକ ସଫଳତାର କାହାଣୀ: ୮୦ ଟଙ୍କାରୁ ବେପାର ଆରମ୍ଭ କରିଥିବା ବୃଦ୍ଧା ଏବେ ୮୦୦ କୋଟିର ମାଲିକାଣୀ

ବର୍ଷ ୧୯୫୯ରେ ଯେବେ ଯଶବନ୍ତୀ ବେନଙ୍କ ଉଦ୍ଦେଶ୍ୟ କେବଳ ପରିବାରର ଆମଦାନୀ ବାଇବା ପାଇଁ କିଛି ଟଙ୍କା ରୋଜଗାର କରିବାର ଥିଲା ସେ ନିଜ ସହିତ ଅନେକ ବେରୋଜଗାର ମହିଳାଙ୍କୁ ନେଲେ ଏବଂ ୧୦୦ ଟଙ୍କା ଉଧାର ନେଇ ପାମ୍ପଡ଼ ତିଆରି କରିବାର କାମ ଆରମ୍ଭ କଲେ। ଆଜି ତାଙ୍କ ଅଧୀନରେ ୪୦ ହଜାର ମହିଳା କାମ କରନ୍ତି। ପ୍ରତିବର୍ଷ ୨୦୦ କୋଟି ଟଙ୍କା ବାର୍ଷିକ ବ୍ୟବସାୟ। କେବଳ ଭାରତରେ ହିଁ ନୁହେଁ ସମଗ୍ର ଭାରତ ବର୍ଷରେ ଯଶବନ୍ତୀ ବେନଙ୍କ ଲିଜ୍ଜତ ପାମ୍ପଡ ପ୍ରସିଦ୍ଧ ଅଟେ। ଏବଂ ଏହି କାରଣରୁ ତାଙ୍କୁ ଇକୋନୋମିକ୍‌ ଟାଇମ୍‌ସ ଖବରକାଗଜରେ ସନ୍‌ ୨୦୦୨ରେ ସଫଳ ମହିଳା ବ୍ୟବସାୟୀ ଭାବେ ପୁରସ୍କୃତ କରାଯାଇଥିଲା।

ପାଖାପାଖି ସମସ୍ତ ସୁଯୋଗ ଏବଂ ପର୍ବପର୍ବାଣୀରେ ଭୋଜନ ପରେ ପାମ୍ପଡ ପରଷା ଯାଏ ।ଏହା ଦେଶର ପ୍ରତି ସହର ଏବଂ ଗାଁର ପ୍ରତି ଘରେ ଥାଏ। ଅର୍ଥାତଏହି ବ୍ୟବସାୟରେ କ୍ୟାରିୟର ଉଜ୍ଜଳ ଅଛି। କୈାଣସି ବି ବ୍ୟକ୍ତି ଛୋଟ ବଡ଼ ପରିମାଣରେ ପାମ୍ପଡ଼ ବ୍ୟବସାୟ ଘର ଠାରୁ ଆରମ୍ଭ କରିପାରିବେ। ଏହି ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ ହେବ, ସେତେ ଅଧିକ ଉତ୍ପାଦନ ମଧ୍ୟ। ଆମଦାନୀ ବି ସେତେ ଅଧିକ ହେବ।

ସମ୍ବନ୍ଧିତ ଖବର