ନବପ୍ରସ୍ତର ଯୁଗରୁ ମଣିଷର ବାସସ୍ଥାନ ହୋଇରହିଛି ସାଇପ୍ରସ ଅନ୍ତର୍ଗତ ପୁରାତନ ‘ପାଫୋସ୍‌’

ସାଇପ୍ରସ ଅନ୍ତର୍ଗତ ପୁରାତନ ପାଫୋସ୍‌ ନବପ୍ରସ୍ତର ଯୁଗରୁ ମଣିଷର ବାସସ୍ଥାନ ହୋଇରହିଛି। ଗ୍ରିକ୍‌ କି˚ବଦନ୍ତି ଅନୁଯାୟୀ ଏହା ପ୍ରେମ, ସୌନ୍ଦର୍ଯ୍ୟ ଓ ଉର୍ବରତାର ଦେବୀ ଆଫ୍ରୋଡାଇଟିଙ୍କ ଜନ୍ମସ୍ଥାନ। ଦେବୀ ନିକଟସ୍ଥ ସମୁଦ୍ରରୁ ଆବର୍ଭୂତ ହୋଇଥିଲେ। ଗ୍ରିକ୍‌ମାନଙ୍କର ଆଗମନର ବହୁ ପୂର୍ବରୁ ଏଠାରେ ଆଫ୍ରୋଡାଇଟି ପୂଜା ପାଉଥିଲେ। ମାଇସିନିଆନ୍‌ମାନେ ଖ୍ରୀଷ୍ଟ ପୂର୍ବ ଦ୍ୱାଦଶ ଶତାବ୍ଦୀରେ ଏଠାରେ ଦେବୀଙ୍କ ନିମନ୍ତେ ସୁବିଶାଳ ମନ୍ଦିର ତୋଳାଇଥିଲେ। ମନ୍ଦିର ଆଖ-ପାଖରେ ର˚ଗମଞ୍ଚ, ଦୁର୍ଗ, ପ୍ରାସାଦ ଆଦି ଗଢ଼ିଉଠିଥିଲା। ରୋମାନ୍‌ମାନଙ୍କର ଆଗମନ ପର୍ଯ୍ୟନ୍ତ ସେଗୁଡ଼ିକ ଅକ୍ଷୁଣ୍ଣ ଥିଲା। କାଳକ୍ରମେ ଧ୍ୱଂସ ପାଇଯାଇଥିଲା। ଏବେ କେବଳ ଧ୍ୱଂସାବଶେଷ ହିଁ ଦୃଷ୍ଟିରେ ପଡ଼େ। ହୋମର‌୍‌ଙ୍କ ‘ଇଲିଆଡ୍‌’ ଏବ˚ ‘ଓଡେସି’ରେ ପାଫୋସ୍‌ ତଥା ଆଫ୍ରୋଡାଇଟି ପୂଜନର ବର୍ଣ୍ଣନା ମିଳେ। ପୁରାତନ ପାଫୋସ୍‌ଠାରୁ କିଛି ଦୂରରେ ନୂଆ ପାଫୋସ୍‌ର ଧ୍ବ˚ସାବଶେଷ ଦେଖିବାକୁ ମିଳେ। ଟ୍ରୟ ଯୁଦ୍ଧ ସମୟରେ ଆର୍କାଡିଆନ୍‌ ମୁଖ୍ୟ ଆଗପେନର‌୍‌ ଏହି ନଗରୀ ବସାଇଥିଲେ। ୧୯୮୦ରେ ଉଭୟ ପାଫୋସ୍‌ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ।

ସମ୍ବନ୍ଧିତ ଖବର