ଯେଉଁ ମୂକ,ବଧିର ପିଲାକୁ ମୃତ ବୋଲି ମନେ କରୁଥିଲେ, ଛଅ ମାସ ପରେ ସେ ଫେରିଲା

ନୂଆଦିଲ୍ଲୀ: ପରିବାର ଲୋକେ ଯେଉଁ ମୂକ,ବଧିର ପିଲାକୁ ମୃତ ବୋଲି ମନେ କରୁଥିଲେ, ଛଅ ମାସ ପରେ ତାକୁ ଜୀବନ୍ତ ଅବସ୍ଥାରେ ପାଇଲେ। ଏଥିପାଇଁ ପରିବାର ଲୋକେ ଇଷ୍ଟ୍‍ ଦିଲ୍ଲୀ ପୁଲିସକୁ ଶ୍ରେୟ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଅତାଉଲ୍ଲା ଅଂସାରୀ,ପତ୍ନୀ ରୁବିନା ଖାତୁନ ତାଙ୍କର ସାଢେ ତିନି ବର୍ଷର ଝିଅ ସହିତ ଅଲ୍ଲିପୁର ଅଞ୍ଚଳର ସିନ୍ଧୁଗ୍ରାମରେ ରହନ୍ତି। ପତି-ପତ୍ନୀ ନୁହେଁ ପାଖରେ ଥିବା କାରଖାନାରେ କାମ କରନ୍ତି। ୨୦୧୮ ମଇ ୧୪ ତାରିଖରେ ସେମାନେ ବିହାରର ଚଂପାରଣରେ ଥିବା ନିଜ ଗାଆଁକୁ ଯିବାକୁ ବାହାରିଥିଲେ। ଟିକେଟ୍‌ କରିବା ପାଇଁ ବାପ ଝିଅ ଯାଇଥିଲେ। ହେଲେ ସେ ଦୁହେଁ ଫେରି ନଥିଲେ। ଏହାପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ରୁବିନା। ପ୍ରାୟ ନଅ ମାସ ପରେ କନ୍ୟାର ବାପା ଫେରି ଆସିଲେ , କିନ୍ତୁ ଝିଅ ସଂପର୍କରେ କିଛି କହିପାରିଲା ନାହିଁ। କାରଣ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା।


ଏହି ଘଟଣା ସଂପର୍କରେ ଡିସିପି ପଂକଜ କୁମାର ସିଂହ ହସ୍ତକ୍ଷେପ କରି ମାନବ ଚାଲାଣ ବିରୋଧି ଟିମ୍‌କୁ ଦାୟିତ୍ୱ ଦେଲେ। ଅବଶେଷରେ ସେମାନେ କନ୍ୟାକୁ ଖୋଜାଖୋଜି କରି ଗାଜିୟାବାଦସ୍ଥିତ ପ୍ରେରଣା ବାଳାଶ୍ରମରେ ଠାବ କରିଥିଲେ।

ସମ୍ବନ୍ଧିତ ଖବର