କାହିଁକି ପର୍ଶୁରାମ ଏବଂ ଭୀଷ୍ମଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ? କେତେ ଦିନ ଧରି ତାହା ଚାଲିଥିଲା ?

ଭୀଷ୍ମ ଜ୍ଞାନୀ, ଦୃଢ଼ପ୍ରତିଜ୍ଞ, ଧର୍ମବିତ୍‌, ସତ୍ୟବାଦୀ, ବିଦ୍ୱାନ୍‌, ରାଜନୀତିଜ୍ଞ,ଉଦାର,ଜିତେନ୍ଦ୍ରିୟ ଏବଂ ଅପ୍ରତିମ ଯୋଦ୍ଧା ହେବା ସହିତ ଭଗବାନଙ୍କର ଅନନ୍ୟ ଭକ୍ତ ମଧ୍ୟ ଥିଲେ। ଭୀଷ୍ମ ଖୁବ୍‌ ବୀର ଯୋଦ୍ଧା ଥିଲେ ଏବଂ ତାଙ୍କ ଭିତରେ କ୍ଷତ୍ରିୟମାନଙ୍କର ସମସ୍ତ ଗୁଣ ପରିପୂର୍ଣ୍ଣ ଥିଲା। ବୀରପୂର୍ଣ୍ଣ କ୍ଷତ୍ରିୟକୁଳ-ସଂହାରକ ପର୍ଶୁରାମ ମଧ୍ୟ ଭୀଷ୍ମଙ୍କଠାରୁ ଶସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ।ପର୍ଶୁରାମ ଭୀଷ୍ମଙ୍କୁ କାଶୀରାଜଙ୍କ କନ୍ୟା ଅମ୍ବାଙ୍କ ସହିତ ବିବାହ କରାଇବାକୁ ଚାହୁଁଥିଲେ।ଏହି ପ୍ରସ୍ତାବକୁ ଭୀଷ୍ମ ଅତ୍ୟନ୍ତ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ। ପର୍ଶୁରାମ ଅନେକ ଥର ବୁଝାଇବା ସତ୍ତ୍ୱେ ବି ଭୀଷ୍ମ ରାଜି ହେଲେନି।

ଏଥିରେ ପର୍ଶୁରାମ କ୍ଷୁବ୍ଧ ହୋଇ ଭୀଷ୍ମଙ୍କ ଉପରକୁ ଅସ୍ତ୍ର ଉଠାଇଲେ।ଭୀଷ୍ମ ନଜର ମନକଥା ଜଣାଇଲେ ବି କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ ପର୍ଶୁରାମ। ଫଳତଃ ଉଭୟ ବୀରଙ୍କ ଭିତରେ ଘମାଘୋଟ ଲଢ଼େଇ ହେଲା। ଲଗାତାର ତେଇଶି ଦିନ ଯାଏଁ ଭୀଷ୍ମ ଓ ପର୍ଶୁରାମଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା । କିନ୍ତୁ ଭୀଷ୍ମଙ୍କୁ ପରାଜିତ କରିପାରି ନ ଥିଲେ ପର୍ଶୁରାମ।ପରେ ଦେବତାମାନେ ପର୍ଶୁରାମଙ୍କୁ ବୃଥା ଅହଙ୍କାରରୁ ନିବୃତ୍ତ କରାଇଥିଲେ।

ସମ୍ବନ୍ଧିତ ଖବର